କମୁଛି କୋଭିଡ ସଂକ୍ରମଣ, ଗତ ୨୪ ଘଣ୍ଟାରେ ୭ ହଜାର ୬୩୩ ନୂଆ ପଜିଟିଭ୍‌ ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ୭ ହଜାର ୬୩୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦିନକରେ ୧୧ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : କମୁଛି କୋଭିଡ ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟାରେ ୭ ହଜାର ୬୩୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦିନକରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ସଂକ୍ରମିତ ହୋଇଥିଲେ ୯ ହଜାର ୧୧୧ । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬ ହଜାର ୭୦୨ ।

ଦେଶରେ କରୋନା ସକ୍ରିୟ ମାମଲା ରହିଛି ୬୧ ହଜାର ୨୩୩। ଏପଟେ ରାଜ୍ୟରେ ବି କମୁଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୦୦କୁ ବୃଦ୍ଧି ପାଇଛି। ଦିନକରେ ସୁସ୍ଥ ହୋଇଛନ୍ତି ୧୩୯ କରୋନା ଆକ୍ରାନ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.