Below header

ଗରମରୁ ବର୍ତ୍ତିବା ପାଇଁ ଡାକ୍ତରଙ୍କ ଦେଶୀ ଯୋଗାଡ, କାରରେ ଗୋବର ଲିପି ପାଇଲେ ଏସିର ମଜା!

ଗରମରୁ ବର୍ତ୍ତିବା ପାଇଁ ଡାକ୍ତରଙ୍କ ଦେଶୀ ଯୋଗାଡ । କାରରେ ଲଗାଇଲେ ଗୋବର । କାରରେ ଲୋକମାନେ ଏସି ଲଗାଇ ଗରମରୁ ରକ୍ଷା ପାଆନ୍ତି । ମାତ୍ର ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଜଣେ ହୋମିଓପ୍ୟାଥିକ ଡାକ୍ତର ଖରାରୁ ବର୍ତ୍ତିବା ପାଇଁ କାର ଉପରେ ଗୋବର ପ୍ରଲେପ ଦେଇଛନ୍ତି ।

ମଧ୍ୟପ୍ରଦେଶ : ଗରମରୁ ବର୍ତ୍ତିବା ପାଇଁ ଡାକ୍ତରଙ୍କ ଦେଶୀ ଯୋଗାଡ । କାରରେ ଲଗାଇଲେ ଗୋବର । କାରରେ ଲୋକମାନେ ଏସି ଲଗାଇ ଗରମରୁ ରକ୍ଷା ପାଆନ୍ତି । ମାତ୍ର ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଜଣେ ହୋମିଓପ୍ୟାଥିକ ଡାକ୍ତର ଖରାରୁ ବର୍ତ୍ତିବା ପାଇଁ କାର ଉପରେ ଗୋବର ପ୍ରଲେପ ଦେଇଛନ୍ତି । ଏପରି କଲେ ଥଣ୍ଡା ମିଳିବ ବୋଲି କହିଛନ୍ତି ଡାକ୍ତର । ଗାଈ ଗୋବର ପ୍ରଲେପ ଦ୍ୱାରା କାର ଭିତରେ ସାଧାରଣ ତାପମାତ୍ରା ରହିଥାଏ । ଗୋବର ଗରମ ପ୍ରତିରୋଧୀ ହୋଇଥାଏ । ତେଣୁ ଅଧିକ ଖରାରେ ମଧ୍ୟ କାର ଅପେକ୍ଷାକୃତ ଥଣ୍ଡା ରୁହେ ।

ଯାହାକୁ ସାଗରର ବାସିନ୍ଦା ଡକ୍ଟର.ଏସ୍ ସୁଶୀଲ ସାଗର ଏକ ସଫଳ ପରୀକ୍ଷଣ ବୋଲି ବିବେଚନା କରିଛନ୍ତି। ହୋମିଓପାଥିକ ଡାକ୍ତର ସୁଶୀଲ ସାଗର ଜିଲ୍ଲାର ଜାରୁଖେଡାସ୍ଥିତ ଆରୋଗ୍ଯ ସେତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ଯରତ। ଆଜିକାଲି ସହରରେ ତାଙ୍କର ଏହି ଅନନ୍ୟ କାର ବିଷୟରେ ଆଲୋଚନା ଚାଲିଛି। ଏବେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। କହିବାକୁ ଗଲେ ୪୫ଡିଗ୍ରୀ ଛୁଇଁଲାଣି। ଏହାରି ଭିତରେ ସେ ତାଙ୍କ ଆଲ୍ଟୋ 800 କାରକୁ ଗୋବରରେ ଲିପିଛନ୍ତି । ସେ ଏହି ଦେଶୀ ଜୁଗାଡ ସହିତ ଏସି ଉପଭୋଗ କରୁଥିବା କହିଛନ୍ତି।

gobar

ଡକ୍ଟର ସାଗର କହିଛନ୍ତି ଯେ କାରରେ ଗୋବର ଲଗାଯିବା ପରଠାରୁ ସେ କାର ଭିତରେ ଥଣ୍ଡା ଅନୁଭବ କରୁଛନ୍ତି। ତାପମାତ୍ରାରେ ପାର୍ଥକ୍ୟ ଦେଖାଦେଉଛି। କାରଣ ସୂର୍ଯ୍ୟ କିରଣ ଗାଡି ଉପରେ ସିଧାସଳଖ ପଡ଼େ ନାହିଁ। ଗୋବର ଆବରଣ ଉପରେ ପ୍ରଥମେ ପଡେ, ଯେଉଁ କାରଣରୁ ଏହାର ପ୍ରଭାବ କମିଯାଏ ଏବଂ କାର ଭିତରେ ଅଧିକ ଉତ୍ତାପ ଅନୁଭବ ହୁଏନାହିଁ।

ସେ କହିଛନ୍ତି ଯେ ଏହି ଗୋବର ଲେପ ଲଗାଇବା ବହୁତ ସହଜ। ଗାଈ ଗୋବର ଏବଂ ପାଣିକୁ ଭଲକି ମିଶ୍ରଣ କରିବାକୁ ପଡିଥାଏ। ଏହା ପରେ ହାତ କିମ୍ବା କୌଣସି ବ୍ରଶ୍ ସାହାର୍ଯ୍ଯରେ କାରରେ ଉକ୍ତ ଲେପକୁ ଲଗାଇବାକୁ ପଡିଥାଏ। ଯଦି ପାଣିରେ କାର୍ ଟିକୁ ଧୁଆନଯାଏ, ତେବେ ଏହା ଶୁଖିବା ପରେ ପାଖାପାଖି ଦୁଇମାସ ପର୍ଯ୍ୟନ୍ତ ରହିଥାଏ। ଯଦି ଏହା ଖସିଯାଏ, ଏହାକୁ ପୁଣି ଥରେ ପ୍ରୟୋଗ କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.