Below header

ଓଢଣୀ ଫାଶରେ ହଷ୍ଟେଲ ରୁମରେ ଝୁଲି ଗଲେ ଛାତ୍ରୀ, ଗତକାଲି ଦେଇଥିଲେ ପରୀକ୍ଷା

ଚନ୍ଦକା ଥାନା ଗୋଠପାଟଣାରେ ଥିବା ଘରୋଇ ବିଶ୍ବବିଦ୍ୟାଳୟ ଭିତରେ ହଷ୍ଟେଲ ରୁମରେ ଓଢଣୀରେ ଫାଶରେ ଝୁଲି ଗଲେ ଛାତ୍ରୀ। ଗତକାଲି ପରୀକ୍ଷା ଦେଇ ଆସିବା ପରେ ରୁମ୍ ଭିତରେ ଏଭଳି କରିଥିବା ଜଣା ପଡ଼ିଛି ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲ ରୁମରେ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଚନ୍ଦକା ଥାନା ଗୋଠପାଟଣାରେ ଥିବା ଘରୋଇ ବିଶ୍ବବିଦ୍ୟାଳୟ ଭିତରେ ଘଟିଛି ଘଟଣା । BSc Data Science ର ଦ୍ଵିତୀୟ ବର୍ଷ ଛାତ୍ରୀ ଅର୍ଚ୍ଚନା ଦାସ ଆତ୍ମହତ୍ୟା କରିଛନ୍ତି । କେନ୍ଦୁଝରରୁ ଆସି ଅର୍ଚ୍ଚନା ଏଠି ପାଠ ପଢ଼ୁଥିଲେ ।

ଗତକାଲି ପରୀକ୍ଷା ଦେଇ ଆସିବା ପରେ ରୁମ୍ ଭିତରେ ଏଭଳି କରିଥିବା ଜଣା ପଡ଼ିଛି । ତେବେ ହଷ୍ଟେଲ କର୍ତ୍ତୃପକ୍ଷ ବିନା ପୋଲିସ ଉପସ୍ଥିତିରେ ଓ ବିନା ପରିବାର ଲୋକଙ୍କ ଉପସ୍ଥିତିରେ ଅର୍ଚ୍ଚନାକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାକୁ ନେଇ ପରିବାର ଲୋକ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ହୀନତାକୁ ଦାୟୀ କରିଛନ୍ତି ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.