ଚେକିଂ ବେଳେ RTO କର୍ମଚାରୀଙ୍କ ଉପରେ ସ୍କୁଟି ଚଳାଇ ଦେଲେ ନାବାଳକ, ଉଭୟ ଗୁରୁତର

ଟ୍ରାଫିକ ଚେକିଂ ବେଳେ ଖସି ପଳାଇବାକୁ ଚେଷ୍ଟା କଲେ ନାବାଳକ ଆଉ ଘଟିଲା ଅଘଟଣ । ଆହତ ହେଲେ RTO କର୍ମଚାରୀ ।

ଭୁବନେଶ୍ୱର (କେନ୍ୟୁଜ): ଟ୍ରାଫିକ ଚେକିଂ ବେଳେ ଖସି ପଳାଇବାକୁ ଚେଷ୍ଟା କଲେ ନାବାଳକ ଆଉ ଘଟିଲା ଅଘଟଣ । ଆହତ ହେଲେ RTO କର୍ମଚାରୀ । ଭୁବନେଶ୍ୱର ୟୁନିଟ-୮ ଅଞ୍ଚଳରେ RTO ଓ ଟ୍ରାଫିକ ପୋଲିସର ଚେକିଂ ଚାଲିଥିଲା। ଏହି ସମୟରେ ପାୱାର ହାଉସ ଛକରୁ ଦ୍ରୁତ ଗତିରେ ଜଣେ ନାବାଳକ ସ୍କୁଟି ଚଳାଇ ଆସୁଥିଲେ । ନାବାଳକଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ RTO କର୍ମଚାରୀ । ହେଲେ ନାବାଳକ ଜଣକ ତାଙ୍କ ସ୍କୁଟିରେ ସିଧା RTO କର୍ମଚାରୀଙ୍କୁ ଧକ୍କା ଦେଲେ ।

ଦୁର୍ଘଟଣାରେ ଆରଟିଓ କର୍ମଚାରୀଙ୍କ ସହ ନାବାଳକ ମଧ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ ନାବାଳକ ଚାଳକମାନଙ୍କୁ ଧରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ଜୋର କରାଯାଇଛି । ତାରି ଭିତରେ ଘଟିଛି ଏହି ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.