Below header

କୋଲାକାତାରେ ନଡ୍ଡାଙ୍କ କାରକେଡ୍‌କୁ ଆକ୍ରମଣ ଘଟଣା, ପଶ୍ଚିମବଙ୍ଗ ଓ କେନ୍ଦ୍ର ମୁହାଁମୁହିଁ

କେନ୍ୟୁଜ ବ୍ୟୁରୋ : କୋଲାକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାରକେଡ୍‌ ଉପରେ ଆକ୍ରମଣ ଘଟଣାକୁ ନେଇ ପଶ୍ଚିମବଙ୍ଗ ଓ କେନ୍ଦ୍ର ମୁହାଁମୁହିଁ । ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ସମନ୍‌ କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ୧୪ରେ କେନ୍ଦ୍ର ଗୃହ ସଚିବଙ୍କ ସହ ରାଜ୍ୟର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ରାଜ୍ୟ ସରକାର ଏହି ଦୁଇ ଉଚ୍ଚ ଅଧିକାରୀଙ୍କୁ ଦିଲ୍ଲୀ ପଠାଇବାକୁ ମନା କରିଦେଇଛନ୍ତି ।

ମମତା ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଆଇନଶୃଙ୍ଖଳା ହେଉଛି ରାଜ୍ୟ ବିଷୟ । ସରକାରଙ୍କ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କୁ ଚିଠି ଲେଖି ଅସହାୟତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସରକାର ଘଟଣାକୁ ଗୁରୁତର ସହ ନେଇଛନ୍ତି ଏବଂ ଆବଶ୍ୟକ ଆକର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାରି ଭିତରେ ଆସନ୍ତା ସପ୍ତାହରେ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ କରିପାରନ୍ତି । ଡିସେମ୍ବର ୧୯ ତାରିଖରେ ଦୁଇ ଦିନିଆ ଗସ୍ତ ପାଇଁ ପ୍ରସ୍ତୁତି କରିବାକୁ ପଶ୍ଚିମବଙ୍ଗ ନେତାଙ୍କୁ କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.