ଓଡିଆ ଯୁବକଙ୍କ ଗଛ ନ କାଟିବାକୁ ଅନନ୍ଯ ଅନୁରୋଧ, ଗଛରେ ଆଙ୍କିଲେ ମୋଦିଙ୍କ ଚିତ୍ର

ଗଛ ଆମ ପାଇଁ କେତେ ଜରୁରୀ ତାହା ଆମେ ସମସ୍ତେ ଜାଣିଛେ। ଗଛ ବଞ୍ଚାଇବା ପାଇଁ ଆମେ ଅନେକ ଚେଷ୍ଟା କରୁଛେ ସତ କିନ୍ତୁ କାଠ ତସ୍କରୀ କରୁଥିବା ଲୋକ କାଠ ଚୋରାଚାଲାଣ କରିବା ପାଇଁ ଗଛ କାଟି ଦେଉଛନ୍ତି। ଏପରି ତସ୍କରୀକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ଆପଣାଉଛନ୍ତି, କିନ୍ତୁ ତା’ ଫଳପ୍ରଦ ହେଉନି। ଏମିତି କାର୍ଯ୍ଯକୁ ରୋକିବା ପାଇଁ ଓଡିଶା ମୟୂରଭଞ୍ଜର ଜଣେ ଯୁବକ।

ମୟୂରଭଞ୍ଜର ଯୁବକ ଜଣକ ସିମିଳିପାଳର ନ୍ଯାସନାଲ ପାର୍କରେ ଜଣେ ଆଟିଷ୍ଟ ଗଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ଆଙ୍କି ଜଙ୍ଗଲରୁ ଗଛକୁ ଅବୈଧ କଟାକୁ ରୋକିବା ପାଇଁ ପ୍ରୟାସ କରିଛନ୍ତି। ଏହା ମାଧ୍ୟମରେ ମୋଦିଜୀଙ୍କୁ ଏହି ଜଙ୍ଗଲରୁ ଅବୈଧ ଗଛ କଟା ହେଉଥିବା ଉପରେ ଧ୍ୟାନ ଦେବା ପାଇଁ ପ୍ରାର୍ଥନା କରୁଛି। ମୁଁ ମୟୂରଭଞ୍ଜ ଜିଲ୍ଲାର ଏକ ଛୋଟ କଳାକାର। ମୁଁ ବ୍ଯକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିପାରିବି ନାହିଁ କିନ୍ତୁ ତାଙ୍କୁ ଏପରି ଛୋଟ ପ୍ରୟାସ କରି ତାଙ୍କ ଧ୍ୟାନକୁ ଆକର୍ଷିତ କରିପାରିବି ବୋଲି ଏଏନଆଇକୁ କହିଛନ୍ତି ସମରେନ୍ଦ୍ର ବେହେରା।

ଏହାଛଡା ସମରେନ୍ଦ୍ର ବେହେରା କହିଛନ୍ତି କି, ବିକାଶ ସମ୍ବନ୍ଧୀୟ ଏବଂ ସ୍ବାସ୍ଥ୍ଯ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଧନ୍ଯବାଦ ଦେବାକୁ ଚାହୁଁଛି। ଏଥିପାଇଁ ଜଙ୍ଗଲରେ ଥିବା ଗଛରେ ତାଙ୍କର ଛବି ଆଙ୍କି ପରିବେଶକୁ ସୁରକ୍ଷା ଦେବା ପାଇଁ ଏକ ସନ୍ଦେଶ ଦେବାକୁ ଚାହୁଁଛି। ଯୁବକ ଜଣକ ଜଙ୍ଗଲ ଏବଂ ଜଙ୍ଗଲ ବାହାରେ ଥିବା ଗଛରେ ବିଭିନ୍ନ ଚିତ୍ର ବନାଇଛନ୍ତି। ସେ ସବୁବେଳେ ଚିତ୍ର ମାଧ୍ୟମରେ ସମାଜକୁ ଏକ ସଚେତନତା ବାର୍ତ୍ତା ଦେବାକୁ ଚେଷ୍ଟା କରନ୍ତି। ଯାହାଦ୍ବାରା ପର୍ଯ୍ଯାବରଣକୁ ସୁରକ୍ଷିତ ଏବଂ ସ୍ବଚ୍ଛ ରଖାଯାଇପାରିବ। ସମରେନ୍ଦ୍ର ଓଡିଶାରେ ‘ଆଟିଷ୍ଟ ଅଫ୍ ଏନଭାରୟରମେଣ୍ଟ’ ନାମରେ ମଧ୍ୟ ବେଶ୍ ଲୋକପ୍ରିୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.