Below header

ଛାଡ଼ପତ୍ର ପରେ ସ୍ତ୍ରୀ ବି ସ୍ୱାମୀକୁ ଦେବ ଭରଣ ପୋଷଣ, ଏମିତି ରାୟ ଦେଲେ ଔରଙ୍ଗାବାଦ କୋର୍ଟ

କୌଣସି ବିବାହ ଯୋଡିଙ୍କ ବିବାହ ବିଚ୍ଛେଦ ମାମଲା ଅନେକ ଦେଖିଥିବେ। ଆଉ ଏଥିପାଇଁ ସ୍ୱାମୀ ସ୍ତ୍ରୀକୁ ଭରଣପୋଷଣ ପାଇଁ ଅର୍ଥ ମଧ୍ୟ ଦିଅନ୍ତି। କିନ୍ତୁ ଔରଙ୍ଗାବାଦ ହାଇକୋର୍ଟ ଏଭଳି ଏକ ମାମଲାର ଶୁଣାଣି କରିଛନ୍ତି ଯେ, ଏବେ କେବଳ ପୁରୁଷ ନୁହେଁ ମହିଳାଙ୍କୁ ମଧ୍ୟ ସ୍ୱାମୀର ଭରଣପୋଷଣ ପାଇଁ ମାସକୁ ପଇସା ଦେବାକୁ ପଡିବ।

ଔରଙ୍ଗାବାଦରେ ବମ୍ବେ ହାଇକୋର୍ଟ ବେଞ୍ଚ କିଛି ଆଦେଶ ଦେଇଛନ୍ତି, ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ମହିଳା ଜଣକ ନିଜ ପୂର୍ବ ସ୍ୱାମୀଙ୍କୁ ମାସକୁ ୩ ହଜାର ଟଙ୍କା ଭରଣପୋଷଣ ଦେବାକୁ ହେବ। ଏହା ସହିତ ମହିଳା ଜଣକ ଯେଉଁ ସ୍କୁଲରେ ପଢାଉଛନ୍ତି, ସେହି ସ୍କୁଲ ମଧ୍ୟ ମହିଳାଙ୍କ ଦରମାରୁ ୫ ହଜାର ଟଙ୍କା କାଟି ସେହି ପଇସାକୁ ଅଦାଲତରେ ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମହିଳାଙ୍କ ପୂର୍ବ ସ୍ୱାମୀଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନାହିଁ ବୋଲି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାପଡିଛି।

୨୦୧୭ରେ ମହିଳାଙ୍କୁ କୋର୍ଟ ପୂର୍ବ ସ୍ୱାମୀଙ୍କୁ ଭତ୍ତା ଦେବାକୁ କହିଥିଲେ। କିନ୍ତୁ ମହିଳା ଜଣକ କୋର୍ଟଙ୍କ କଥା କିଛି ଶୁଣିନଥିଲେ। ଏହା ପରେ ମହିଳା ଜଣକ ଔରଙ୍ଗାବାଦ କୋର୍ଟରେ ଅପିଲ୍‌ କରିଥିଲେ। ମହିଳା ଜଣକ ଏହି ମାମଲାରେ କହିଥିଲେ ଯେ, ତାଙ୍କ ବିବାହ ୧୯୯୨ ରେ ହୋଇଥିଲା କିନ୍ତୁ କିଛି ବର୍ଷପରେ ବିବାହ ବିଚ୍ଛେଦ ହୋଇଗଲା। ୨୦୧୫ରେ ମହିଳା ଏବଂ ତାଙ୍କ ପୂର୍ବ ସ୍ୱାମୀ ସହିତ ଛାଡପତ୍ର ହୋଇଥିଲା। କୋର୍ଟ ତାଙ୍କ ଛାଡପତ୍ରକୁ ମଞ୍ଜୁର କରିଥିଲେ । କିନ୍ତୁ ଏହା ଉପରେ କୋର୍ଟ ସ୍ୱାମୀଙ୍କ ପକ୍ଷରୁ ହିନ୍ଦୁ ମ୍ୟାରେଜ ଆକ୍ଟ ଧାରା ୨୫ ଅନୁସାରେ ସ୍ୱାମୀଙ୍କ ଆର୍ଥିକ ସ୍ଥିତି ଠିକ୍‌ ନଥିବା କାରଣରୁ ସ୍ୱାମୀକୁ ଭରଣପୋଷଣ ଭତ୍ତା ଦେବାକୁ ଆଦେଶ ଦେଇଥିଲେ।

ଔରଙ୍ଗାବାଦ ହାଇକୋର୍ଟଙ୍କ କହିବାନୁଯାୟୀ, ହିନ୍ଦୁ ମ୍ୟାରେଜ ଆକ୍ଟ ଧାରା ୨୪ ଏବଂ ୨୫ ଅନୁଯାୟୀ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରୁ କୌଣସି ଜଣଙ୍କର ଆର୍ଥିକ ସ୍ଥିତି ଠିକ ନଥିଲେ ଅନ୍ୟ ପକ୍ଷରୁ ଭରଣପୋଷଣ ଭତ୍ତା ଦେବାକୁ ବାଧ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.