Below header

ପୂର୍ବ ସିକ୍କିମରେ ଭୀଷଣ ବରଫ ଝଡ଼, ୬ ମୃତ; ଫସି ରହିଛନ୍ତି ୮୦ରୁ ଅଧିକ

ପୂର୍ବ ସିକ୍କିମର ନାଥୁଲାରେ ସୋମଗୋ ହ୍ରଦ ନିକଟରେ ଭୟଙ୍କର ବରଫ ଝଡ଼ ହୋଇଛି। ଏଥିରେ ୮୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଏହି ବରଫ ଝଡ଼ରେ ୬ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି।

ପୂର୍ବ ସିକ୍କିମର ନାଥୁଲାରେ ସୋମଗୋ ହ୍ରଦ ନିକଟରେ ଭୟଙ୍କର ବରଫ ଝଡ଼ ହୋଇଛି। ଏଥିରେ ୮୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଏହି ବରଫ ଝଡ଼ରେ ୬ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ହଠାତ୍ ଏଠାକାର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରେ ବରଫ ଝଡ଼ ଆସିଥିଲା, ଯାହାଫଳରେ ଅନେକ ଲୋକ ବରଫରେ ଫସି ଯାଇଥିଲେ। ବରଫରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଚାଲିଛି। ଏହି ବରଫ ଝଡ଼ ଯୋଗୁ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ମଧ୍ୟ ଖବର ରହିଛି।

ସେପଟେ ମୃତକଙ୍କ ମଧ୍ୟରେ ୪ ପୁରୁଷ ଥିବାବେଳେ ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ଝଡ଼ ପରେ ଆହତମାନଙ୍କୁ ନିକଟସ୍ଥ ଆର୍ମି ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ଅପରାହ୍ନ ୧୨ଟା ୨୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା।

ସିକ୍କିମ ପୋଲିସ, ସିକ୍କିମର ଟ୍ରାଭେଲ ଏଜେଣ୍ଟସ ଆସୋସିଏସନ, ପର୍ଯ୍ୟଟନ ବିଭାଗର ଅଧିକାରୀ ଏବଂ ଗାଡିର ଡ୍ରାଇଭରମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେନା ମଧ୍ୟ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛି। ଚେକପୋଷ୍ଟର ଇନ୍ସପେକ୍ଟର ଜେନେରାଲ ସୋନମ ତେନଜିଙ୍ଗ ଭୁଟିଆ କହିଛନ୍ତି କି, କେବଳ ୧୩ ମାଇଲ ପାଇଁ ପାସ୍ ଦିଆଯାଉଛି, କିନ୍ତୁ ପର୍ଯ୍ୟଟକମାନେ ଜବରଦସ୍ତ ୧୫ ମାଇଲ ଆଡକୁ ଯାଉଛନ୍ତି। ଏହି ଦୁର୍ଘଟଣା ୧୫ ମାଇଲରେ ଘଟିଛି।

କହି ରଖୁଛୁ, ଭାରତ-ଚୀନ ସୀମା ନିକଟ ନାଥୁଲା ନିକଟରେ ଏହି ବରଫ ଝଡ଼ ଆସିଛି। ସିକ୍କିମରେ କ୍ରମାଗତ ଭାବରେ ତୁଷାରପାତ ହେଉଛି। ଏହି କାରଣରୁ ପର୍ଯ୍ୟଟକମାନଙ୍କୁ ୧୩ ମାଇଲ ପର୍ଯ୍ୟନ୍ତ ସୀମିତ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.