ଆଜି ଲଞ୍ଚ୍ ହେଉଛି ଓ୍ଵାନପ୍ଲସର ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ୍, ଏଠାରେ ଦେଖନ୍ତୁ ଲଞ୍ଚିଂ ସମୟର ଲାଇଭ୍ ଷ୍ଟ୍ରିମିଙ୍ଗ୍
ଓ୍ଵାନ୍ ପ୍ଲସ୍ ନିଜର ସବୁଠାରୁ ଶସ୍ତା ସ୍ମାର୍ଟଫୋନକୁ ଲଞ୍ଚ୍ କରିବାକୁ ଯାଉଛି । ଯାହାର ନାମOnePlus Nord CE 3 Lite । ଏହାବ୍ୟତୀତ ନର୍ଡ ବଡସ୍ ୨ ଟ୍ରୁ ଓ୍ଵୟାରଲେସ୍ ଇୟରବଡ୍ସକୁ ମଧ୍ୟ ଲଞ୍ଚ୍ କରାଯିବ ।

ଓ୍ଵାନ୍ ପ୍ଲସ୍ ନିଜର ସବୁଠାରୁ ଶସ୍ତା ସ୍ମାର୍ଟଫୋନକୁ ଲଞ୍ଚ୍ କରିବାକୁ ଯାଉଛି । ଯାହାର ନାମOnePlus Nord CE 3 Lite । ଏହାବ୍ୟତୀତ ନର୍ଡ ବଡସ୍ ୨ ଟ୍ରୁ ଓ୍ଵୟାରଲେସ୍ ଇୟରବଡ୍ସକୁ ମଧ୍ୟ ଲଞ୍ଚ୍ କରାଯିବ । ଆଜି ସନ୍ଧ୍ୟା ୭ଟାରେ ଫୋନକୁ ଲଞ୍ଚ୍ କରିଦିଆଯିବ । ଫ୍ୟାନ୍ସ ଫ୍ରିରେ ଲାଇଭ୍ ଷ୍ଟ୍ରୀମ କରିପାରିବେ । ନୂଆ ଲଞ୍ଚ୍ କମ୍ପାନୀ ଦ୍ୱାରା OnePlus 11R, OnePlus Pad, Buds Pro 2, Buds Pro 2R, ଏବଂ ପିସି ଆସେସରିଜ୍ ସହିତ ନିଜର ଫ୍ଲାଗସିପ୍ OnePlus 11 5G ଲଞ୍ଚ୍ କରିବାର ପ୍ରାୟ ଦୁି ମାସ ପରେ ଆସିଛି । କୁହାଯାଉଛି ଯେ Nord CE 3 Lite ବହୁତ ଶସ୍ତା ଫୋନ୍ ହେବ ବୋଲି ।
ଯଦି ଆପଣ OnePlus Nord CE 3 Liteକୁ ଅପେକ୍ଷା କରିଛନ୍ତି ଏବଂ ଏହାର ଲଞ୍ଚ୍ ଇଭେଣ୍ଟ ଦେଖିବାକୁ ଚାହୁଁଛନ୍ତି ତାହେଲେ ଓ୍ଵାନପ୍ଲସ ଇଣ୍ଡିଆର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ସନ୍ଧ୍ୟା ୭ଟାରେ ଦେଖିିପାରିବେ । ଓ୍ଵାନପ୍ଲସ ଇଣ୍ଡିଆ ଟ୍ଵିଟର ପେଜରେ ମଧ୍ୟ ଲାଇଭ୍ ଇଭେଣ୍ଟ ଦେଖାଯିବ ।
ଓ୍ଵାନପ୍ଲସ ନର୍ଡ ସିଇ୩ ଲାଇଟରେ120Hz ରିଫ୍ରେସ ରେଟ ଏବଂ ଫୁଲ ଏଚଡି + ରିଜୋଲ୍ୟୁସନ ସହିତ ୬.୭୨ ଇଞ୍ଚ ର ଡିସପ୍ଲେ ରହିବ । କମ୍ପାନୀ ଖୁଲାସା କରିଛି ଯେ ଏହି ନୂଆ ସ୍ମାର୍ଟଫୋନ୍ କ୍ୱାଲକମ୍ ସ୍ନାପଡ୍ରାଗନ 695 SoC ଏବଂ 67W ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ ସହିତ5,000mA ବ୍ୟାଟେରୀ ରହିବ । ଓ୍ଵାନପ୍ଲସ ଚାର୍ଜିଙ୍ଗ ସମୟ ନିର୍ଦ୍ଧିଷ୍ଟ କରିନାହି, ଯଦିଓ ଅନୁମାନ କରାଯାଉଛି ଯେ ଏହା ପାଖାପାଖି ୪୦ ମିନିଟର ହୋଇପାରେ ।
ଓ୍ଵାନପ୍ଲସ ନର୍ଡ ସିଇ୩ ଲାଇଟ୍ ପ୍ରଥମ ଓ୍ଵାନପ୍ଲସ ସ୍ମାର୍ଟଫୋନ୍ ଯେଉଁଥିରେ ୧୦୮ ମେଗାପିକ୍ସେଲର କ୍ୟାମେରା ରହିଛି । ପଛରେ ଆଉ ଦୁଇଟି କ୍ୟାମେରା ରହିଛି । କିନ୍ତୁ ବିବରଣୀ ସ୍ପଷ୍ଟ ହୋଇନାହିଁ । ନର୍ଡ ସିଇ ୩ ଲାଇଟ ୫ଜି ନୂଆ ଲାଇମ୍ କଲରରେ ଆସିଥାଏ । ଏହାର ଦାମ୍ ପ୍ରାୟ ୨୦,୦୦୦ ଟଙ୍କାରୁ ଆରମ୍ଭ ହୋଇ ୨୧,୦୦୦ ଟଙ୍କା ଭିତରେ ହୋଇପାରେ ।
ତେଣୁ ଯଦି ଆପଣ ଓ୍ଵାନପ୍ଲସ ସ୍ମାର୍ଟଫୋନ୍ ଲଭର । ଆଉ ଓ୍ଵାନପ୍ଲସର ଫୋନ୍ କିଣିବାକୁ ଚାହୁଁଛନ୍ତି ତାହେଲେ ଟିକେ ଅପେକ୍ଷା କରିଯାଆନ୍ତୁ ।