Below header

ଅଯୋଧ୍ୟା ରାମ ମନ୍ଦିର : ପାକିସ୍ତାନ ସିନ୍ଧ ପ୍ରଦେଶରୁ ଆସିଥିବା ବସ୍ତ୍ର ପିନ୍ଧିବେ ରାମଲାଲା

ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଶୁଭାରମ୍ଭ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ରାମଲାଲାଙ୍କ ପୋଷାକ ଅଯୋଧ୍ୟାର ସିନ୍ଧ କଲୋନୀ ସ୍ଥିତ ରାମନଗରରେ ପହଞ୍ଚିଛି । ରାମନଗର ମନ୍ଦିରରେ ରାମଲାଲାଙ୍କ ପୋଷାକକୁ ପୂଜା କରାଯାଇଛି ।

ଉତ୍ତର ପ୍ରଦେଶ ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରର ଶୁଭାରମ୍ଭ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ୨୨ ଜାନୁଆରୀରେ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ସହିତ ଅନ୍ୟ ଦେବାଦେବୀଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରଖାଯାଇଛି । ଏମିତିରେ ରାମଲାଲାଙ୍କ ପୋଷାକ ପାକିସ୍ତାନର ସିନ୍ଧ ପ୍ରାନ୍ତରୁ ଅଯୋଧ୍ୟାକୁ ଆସିଛି ।

ରାମଲାଲାଙ୍କ ପୋଷାକ ଅଯୋଧ୍ୟାର ସିନ୍ଧ କଲୋନୀ ସ୍ଥିତ ରାମନଗରରେ ପହଞ୍ଚିଛି । ରାମନଗର ମନ୍ଦିରରେ ରାମଲାଲାଙ୍କ ପୋଷାକକୁ ପୂଜା କରାଯାଇଛି । ୨୧ ଜଣ ପୂଜାରୀ ବୈଦିନ ମନ୍ତ୍ର ଉଚ୍ଚାରଣ କରି ହିନ୍ଦୁ ରୀତିନୀତି ଅନୁଯାୟୀ ବସ୍ତ୍ରକୁ ଶୁଦ୍ଧ କରିବା ପାଇଁ ମନ୍ତ୍ର ଉଚ୍ଚାରଣ କରିବେ ।

ରବିବାର ଦିନ ପାକିସ୍ତାନର ସିଦ୍ଧ ପ୍ରାନ୍ତରୁ ସିନ୍ଧି ସମୁଦାୟର ଶତାଧିକ ଲୋକ ରାମଲାଲାଙ୍କ ବସ୍ତ୍ରକୁ ମୁଖ୍ୟ ପୂଜାରୀଙ୍କୁ ଦେବେ ।

ସୂଚନାଯୋଗ୍ୟ, ରାମମନ୍ଦିର ପ୍ରତିଷ୍ଠା ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ୨୨ ଜାନୁଆରୀରେ ରାମମନ୍ଦିରର ପ୍ରତିଷ୍ଠା ହେବ । ଏହି ଉତ୍ସବରେ ୟୁପିର ସମସ୍ତ ପ୍ରତିଷ୍ଠିତ ମନ୍ଦିର ରାମମୟ ହେବ । ସମଗ୍ର ରାଜ୍ୟରେ ରାମାୟଣ-ରାମଚରିତମାନସ ଏବଂ ହନୁମାନ ଚାଳିଶା ପାଠ କରାଯିବ ।

ଏଥିପାଇଁ ପ୍ରତ୍ୟେକ ଜିଲ୍ଲାର ପର୍ଯ୍ୟଟକ ଏବଂ ସାଂସ୍କୃତିକ ପରିଷଦ ଜରିଆରେ କଳାକାର ଏବଂ ଲୋକଙ୍କୁ ଦାୟିତ୍ୱ ଦିଆଯାଇଛି । ୧୪ରୁ ୨୨ ଜାନୁଆରୀ ଯାଏ ହେବାକୁ ଥିବା ଆୟୋଜନ ପାଇଁ ପର୍ଯ୍ୟଟନ ବିଭାଗ ପଇସା ବ୍ୟବସ୍ଥା କରିବ । ଏଥିପାଇଁ ଏବେ ଠାରୁ ପ୍ରସ୍ତାବ ପ୍ରସ୍ତୁତ ହୋଇଛି ।

ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହିତ ୬ ହଜାରରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଯାହାର ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.