୨୦୨୩ରେ ଭାରତରେ ୧୩୦ ମିଲିୟନରେ ପହଞ୍ଚିବ 5G ମୋବାଇଲ ସବସ୍କ୍ରିପସନ୍

୨୦୨୩ରେ ଭାରତରେ 5G ସବସ୍କ୍ରିପସନ୍ ୧୩୦ ମିଲିୟନରେ ପହଞ୍ଚିବ ବୋଲି ଆଶା ରହିଛି ଏବଂ ୨୦୨୯ ସୁଦ୍ଧା ୮୬୦ ମିଲିୟନକୁ ବୃଦ୍ଧି ପାଇବ ବୋଲି ଗୁରୁବାର ଦିନ ଏକ ନୂଆ ରିପୋର୍ଟରେ ଦର୍ଶାଯାଇଛି ।

୨୦୨୩ରେ ଭାରତରେ 5G ସବସ୍କ୍ରିପସନ୍ ୧୩୦ ମିଲିୟନରେ ପହଞ୍ଚିବ ବୋଲି ଆଶା ରହିଛି ଏବଂ ୨୦୨୯ ସୁଦ୍ଧା ୮୬୦ ମିଲିୟନକୁ ବୃଦ୍ଧି ପାଇବ ବୋଲି ଗୁରୁବାର ଦିନ ଏକ ନୂଆ ରିପୋର୍ଟରେ ଦର୍ଶାଯାଇଛି । ଏରିକ୍ସନ୍ ରିପୋର୍ଟ ଅନୁଯାୟୀ, ୨୦୨୯ ଶେଷ ସୁଦ୍ଧା 5G ସବସ୍କ୍ରିପସନ୍ ଭାରତରେ ମୋବାଇଲ୍ ସବସ୍କ୍ରିପସନର ୬୮ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ଭାରତରେ ସାମାଜିକ ତଥା ଅର୍ଥନୈତିକ ସ୍ଥିତିକୁ ଅଗ୍ରଗତି କରିବାରେ ମୋବାଇଲ୍ ନେଟୱାର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଦେଶକୁ ଡିଜିଟାଲ୍ ଭାବେ ଉନ୍ନତି କରିବାରେ ସରକାରଙ୍କ ସପୋର୍ଟ ମିଳୁଛି ବୋଲି ଏରିକ୍ସନ୍ ଇଣ୍ଡିଆର ମୁଖ୍ୟ ନିତିନ ବଂସଲ କହିଛନ୍ତି ।

କନେକ୍ଟିଭିଟି ବଢାଇବା ଏବଂ ଡାଟା ବଢ଼ାଇବାରେ 4G ଦେଶରେ ମୁଖ୍ୟ ସବସ୍କ୍ରିପସନ୍ ହୋଇଛି । ଯଦିଓ ଗ୍ରାହକମାନେ 5G କୁ ଆପଣାଉଛନ୍ତି କିନ୍ତୁ 4G ସବସ୍କ୍ରିପସନ୍ ୨୦୨୩ ରେ ୮୭୦ ମିଲିୟନରୁ ୨୦୨୯ ସୁଦ୍ଧା ୩୯୦ ମିଲିୟନକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଏହି କ୍ଷେତ୍ରରେ ୨୦୨୯ରେ ମୋଟ ମୋବାଇଲ୍ ସବସ୍କ୍ରିପସନ୍ ୧.୨୭ ବିଲିୟନକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି ।

ଭାରତରେ ସ୍ମାର୍ଟଫୋନ୍ ପ୍ରତି ହାରାହାରି ଡାଟା ଟ୍ରାଫିକ୍ ବିଶ୍ୱସ୍ତରରେ ସର୍ବାଧିକ। ଏହା ୨୦୨୩ ରେ ମାସିକ ୩୧GB ରୁ ୨୦୨୯ ରେ ମାସିକ ୭୫GB କୁ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ମୋଟ ମୋବାଇଲ୍ ଡାଟା ଟ୍ରାଫିକ୍ ୨୦୨୩ ରେ ମାସକୁ ୨୬EB (exabyte) ରୁ ୨୦୨୯ ରେ ୭୩EB କୁ ବୃଦ୍ଧି ପାଇବ ଏବଂ ୧୯% CAGRରେ ବୃଦ୍ଧି ପାଇବ ।

ମୋଟ ମୋବାଇଲ୍ ସବସ୍କ୍ରିପସନର ଶତକଡ଼ା ଭାରତରେ ସ୍ମାର୍ଟଫୋନ୍ ସବସ୍କ୍ରିପସନ୍ ୨୦୨୩ ରେ ୮୨ ପ୍ରତିଶତରୁ ୨୦୨୯ ରେ ୯୩ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବିଶ୍ୱସ୍ତରରେ ୨୦୨୩ କ୍ୟାଲେଣ୍ଡର ବର୍ଷ ପାଇଁ ୬୧୦ ବିଲିୟନ ନୂଆ 5G ସବସ୍କ୍ରିପସନ୍ ୬୩ ପ୍ରତିଶତ ବୃଦ୍ଧି ହେବ ବୋଲି ଜଣା ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.