ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ସରପଞ୍ଚଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ସରପଞ୍ଚଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ଗତକାଲି ସଂଧ୍ୟାରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବାଟଗାଁର ବାବୁଲା ଦେହୁରୀଙ୍କର ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିଲା।

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ପରେ ସରପଞ୍ଚଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ। ଗତକାଲି ସଂଧ୍ୟାରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ବାଟଗାଁର ବାବୁଲା ଦେହୁରୀଙ୍କର ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିଲା। ଏବେ ବାବୁଲାଙ୍କ ପରିବାର ଗାଁ ସରପଞ୍ଚଙ୍କ ଦ୍ବାରା ଗାଡ଼ି ମଡ଼ାଇ ହତ୍ୟା ଅଭିଯୋଗ ଆଣିଛନ୍ତି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି ମୃତକ ବାବୁଲିଙ୍କ ସାନଭାଇ ଅଜିତ ଦେହୁରୀ।

ସାହେବୀ ପଞ୍ଚାୟତ ସରପଞ୍ଚ ରାମଚନ୍ଦ୍ର ସାହୁ ବାବୁଲାଙ୍କ ଠାରୁ ଲୁହା ରଡ଼,ସିମେଣ୍ଟ ଆଣିଥିବା ବେଳେ କୌଣସି ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି । ଗତକାଲି ରାମଚନ୍ଦ୍ର ନିଜ କାରରେ ବାବୁଲିଙ୍କ ବାଇକକୁ ପଛପଟୁ ଧକ୍କା ମାରି ଚାଲିଯାଇଥିଲେ।

ପରେ ନିଜ କାରକୁ ଲୁଚାଇ ଦେଇଥିଲେ। ଜଣେ ଜନପ୍ରତିନିଧି ଭାବରେ ମାନବିକତା ଦୃଷ୍ଟିରୁ ଦୁର୍ଘଟଣା ପରେ ତାଙ୍କୁ ମେଡିକାଲ ନନେଇ ସେଠାରୁ ଗାଡ଼ି ନେଇ ଫେରାର ହୋଇଯାଇଥିଲେ ପରିବାର ଲୋକେ ଅଭିଯୋଗ କରିଛନ୍ତି । କାରକୁ ଜବତ କରି କିଏ ଚଲାଉ ଥିଲା ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ରେଢ଼ାଖୋଲ ଏସଡିପିଓ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.