Below header

କାର ଅଟକାଇ ପରିବାରକୁ ଅତି ନିର୍ମମ ଭାବେ ମାଡ଼ ମାରିଲେ ଦୁବୃର୍ତ୍ତ, ମୋବାଇଲରେ କଏଦ ହେଲା ଦୃଶ୍ୟ

ମଣିପୁରର ଦୁଇ ଜଣ ପୁରୁଷ ଏବଂ ଦୁଇଜଣ ମହିଳାଙ୍କୁ ଦକ୍ଷିଣ-ପୂର୍ବ ଦିଲ୍ଲୀର ସନ୍‌ ଲାଇଟ୍‌ କଲୋନୀ ସାମ୍ନାରେ ପାଖାପାଖି ଆଠ-ନଅ ଜଣ ଦୁବୃର୍ତ୍ତ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଘଟୁଥିବା ସମୟରେ ନିକଟସ୍ଥ ଏକ ଘରର ବାଲକୋନିରୁ ଜଣେ ବ୍ୟକ୍ତି ଘଟଣାକୁ ମୋବାଇଲରେ କଏଦ କରିଥିବା ଜଣା ଯାଇଛି ।

ମଣିପୁରର ଦୁଇ ଜଣ ପୁରୁଷ ଏବଂ ଦୁଇଜଣ ମହିଳାଙ୍କୁ ଦକ୍ଷିଣ-ପୂର୍ବ ଦିଲ୍ଲୀର ସନ୍‌ ଲାଇଟ୍‌ କଲୋନୀ ସାମ୍ନାରେ ପାଖାପାଖି ଆଠ-ନଅ ଜଣ ଦୁବୃର୍ତ୍ତ ଆକ୍ରମଣ କରିଛନ୍ତି। ଏଭଳି ଘଟଣା ଘଟୁଥିବା ସମୟରେ ନିକଟସ୍ଥ ଏକ ଘରର ବାଲକୋନିରୁ ଜଣେ ବ୍ୟକ୍ତି ଘଟଣାକୁ ମୋବାଇଲରେ କଏଦ କରିଥିବା ଜଣା ଯାଇଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି । ତେବେ ଭାଇରାଲ ହୋଇଥିବା ଏହି ଭିଡିଓଟି ମୁନ ଫେସ ନାମକ ଏକ ଟ୍ଵିଟର ଆକାଉଣ୍ଟରୁ ସେୟାର କରାଯାଇଛି । ବିଳମ୍ବିତ ରାତିରେ ଘଟିଥିଲା ଏଭଳି ଭୟାନକ ଘଟଣା । ଯାହାକୁ ନେଇ ଦୁବୃର୍ତ୍ତଙ୍କ ବିରୋଧରେ ସନ୍ ଲାଇଟ୍ କଲୋନୀ ପୋଲିସ୍ ଷ୍ଟେସନରେ ଅଭିଯୋଗ କରାଯାଇଛି । ଅଭିଯୋଗରେ ଯୌନ ଉତ୍ପୀଡ଼ନକୁ ମଧ୍ୟ ସାମିଲ କରାଯାଇଛି ।

ସିସିଟିଭି ଫୁଟେଜରେ ଦୁଇ ଜଣ ଅଭିଯୁକ୍ତଙ୍କ ଚେହେରା ସ୍ପଷ୍ଟ ଭାବେ ଦେଖାଯାଉଥିବା ଅଭିଯୋଗକାରୀ ମାନେ ଗଣମାଧ୍ୟମକୁ ଜଣାଇଥିଲେ । ଭାଇରାଲ ହୋଇଥିବା ଭିଡିଓରେ ଚାରି ଜଣଙ୍କୁ ଅତି ନିର୍ମମ ଭାବେ ଦୁବୃର୍ତ୍ତମାନେ ମାଡ଼ ମାରୁଥିବା ଦେଖାଯାଇଛି । ଅଭିଯୋଗକାରୀଙ୍କ କହିବା ଅନୁସାରେ ସେ ତାଙ୍କ ସ୍ତ୍ରୀ, ଭଉଣୀ ଏବଂ ଜଣେ ବନ୍ଧୁଙ୍କ ସହ ରାତ୍ରି ଭୋଜନ କରିବା ପରେ ଘରକୁ ଫେରୁଥିଲେ । ଏହି ସମୟରେ ରାସ୍ତାରେ ଯାଉଥିବା ଦୁଇ ଜଣ ପୁରୁଷ ଏବଂ ଜଣେ ସ୍ତ୍ରୀ ଆସି ସେମାନଙ୍କୁ ଅଟକାଇଥିଲେ । ଏବଂ ସେମାନଙ୍କ ମୋବାଇଲ ଫୋନର ବ୍ୟାଟେରୀ ସରିଯାଇଛି ବୋଲି କହିଥିଲେ । ସେମାନେ ଦକ୍ଷିଣ ଦିଲ୍ଲୀର ମୁର୍ନିକାକୁ ଯିବା ପାଇଁ କ୍ୟାବ ବୁକ୍ କରିପାରୁ ନଥିଲେ ।

ତେଣୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟକ୍ତି ଜଣଙ୍କ କାରରୁ ବାହାରକୁ ଆସିଥିଲେ । ତେବେ କ୍ୟାବ ବୁକିଂ କରିବା ସମୟରେ ସାହାଯ୍ୟ ମାଗୁଥିବା ବ୍ୟକ୍ତି ଜଣଙ୍କ ଅଭିଯୋଗକାରୀଙ୍କ ସ୍ତ୍ରୀ ଏବଂ ଭଉଣୀଙ୍କୁ ନେଇ ଅଶ୍ଳୀଳ କଥା କହିବା ଆରମ୍ଭ କରିଥିଲେ। ସେମାନଙ୍କ ଏଭଳି ଅଭଦ୍ରାମୀକୁ ବିରୋଧ କରିବାରୁ ସେମାନେ ଆକ୍ରମଣାତ୍ମକ ହୋଇପଡିଥିଲେ । ସେମାନେ ଆଉ ଆଠ ଜଣ ନଅ ଜଣ ଦୁର୍ବର୍ତ୍ତଙ୍କୁ ଡାକି ଆଣି ଉକ୍ତ ପରିବାରର ସମସ୍ତ ଲୋକଙ୍କୁ ପିଟିବା ଆରମ୍ଭ କରିଥିଲେ। ତେବେ ଦୁବୃର୍ତ୍ତମାନେ ମାଡ଼ ମାରି ଯାଇ ସାରିବା ପରେ କଷ୍ଟେ ମଷ୍ଟେ ପରିବାର ଲୋକ ନିକଟସ୍ତ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଏବଂ ସେମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ପୋଲିସ କହିବା ଅନୁସାରେ ପିଡ଼ିତ ପରିବାର ଲୋକଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନା ପଠାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି । ସିସିଟିଭି ଫୁଟେଜ ସାହାଯ୍ୟରେ ଅଭିଯୁକ୍ତଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.