Below header

ପାରାଦୀପ : ଜାହାଜରେ କୁଆଡ଼େ ଯାଉଥିଲା ୨୨୦ କୋଟି ଟଙ୍କାର କୋକେନ୍, NCB କରୁଛି ଖୋଳତାଡ଼

ପାରାଦୀପ ପୋର୍ଟରେ ଏମଭି ଦେବୀ ଜାହାଜରେ କୁଆଡ଼େ ଯାଉଥିଲା ୨୨୦ କୋଟି ଟଙ୍କାର କୋକେନ୍ ? ଓଡ଼ିଶା ପାଇଁ ଆସିଥିଲା ନା ଆଉ କୁଆଡ଼େ ପଠାଯାଉଥିଲା । ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଖୋଳତାଡ଼ କରୁଛି ।

ପାରାଦୀପ ପୋର୍ଟରେ ଏମଭି ଦେବୀ ଜାହାଜରେ କୁଆଡ଼େ ଯାଉଥିଲା ୨୨୦ କୋଟି ଟଙ୍କାର କୋକେନ୍ ? ଓଡ଼ିଶା ପାଇଁ ଆସିଥିଲା ନା ଆଉ କୁଆଡ଼େ ପଠାଯାଉଥିଲା । ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଖୋଳତାଡ଼ କରୁଛି । NCB ଭୁବନେଶ୍ବର ଟିମ୍ ତଦନ୍ତ କରୁଛି। NCB ଭୁବନେଶ୍ବର ୟୁନିଟର ଆସିଷ୍ଟାଣ୍ଟ ଡାଇରେକ୍ଟର କୁଲଦୀପ ଶର୍ମାଙ୍କ ନେତୃତ୍ବରେ ଏକ ଟିମ ପାରାଦୀପରେ ପହଞ୍ଚି ତଦନ୍ତ କରୁଛି ।

କୋକେନର ଖିଅ ଖୋଜୁଛି କଷ୍ଟମ୍ସ ବିଭାଗ । କଷ୍ଟମସ କମିଶନର ମାଧବ ଚନ୍ଦ୍ର ମିଶ୍ର ପାରାଦୀପରେ କ୍ୟାମ୍ପ କରି ରହିଛନ୍ତି। ସେହିଭଳି DRI ବା Directorate of Revenue Intelligence ଟିମ୍ ମଧ୍ୟ ତଦନ୍ତ କରୁଛନ୍ତି। ଜାହାଜରେ ସର୍ଚ୍ଚ ସରିଥିବା ବେଳେ ସିଜର ପ୍ରକ୍ରିୟା ଆରମ୍ଭ ହୋଇଛି। ସିଜର ପ୍ରକ୍ରିୟା ସରିବା ପରେ ଜବତ କୋକେନ୍ ମାଜିଷ୍ଟ୍ରେଟ ଙ୍କ ପାଖରେ ଉପସ୍ଥାପନ କରାଯିବ। ପୂର୍ବରୁ ଡଗ୍ ସ୍କ୍ବାଡ୍ ଜାହାଜରେ ଯାଞ୍ଚ କରାଯାଇଥିଲା ।

ଏତିକିବେଳେ କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଓ ତଥ୍ୟ ମିଳିଥିବା ସୂଚନା ମିଳିଛି । ଅନ୍ତର୍ଜାତୀୟ ଡ୍ରଗ୍ସ କାରବାର ଦିଗରେ ତଦନ୍ତ ଚାଲିଛି । ଜବତ କୋକେନ ସାମ୍ପଲକୁ ପଠାଯାଇଛି ସରକାରୀ ଲାବ୍ରୋଟୋରୀ। ଜାହାଜକୁ ଅଟକ ରଖାଯାଇଛି । ଏଥିରେ ଥିବା ସମସ୍ତ ୨୦ କ୍ରିଉ ମେମ୍ବର ଭିଏତନାମର । ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ। ପାନାମାରେ ପଞ୍ଜିକୃତ ଏହି ଜାହାଜଟି ଇଣ୍ଡୋନେସିଆର ଗ୍ରେସିକ୍ ବନ୍ଦରରୁ ଗତ ୨୨ ତାରିଖରେ ଆସିଥିଲା । ଡେନମାର୍କ ଯିବାର ଥିଲା । ଜାହାଜରୁ କୋକେନ୍ ମିଳିବା ଅନେକ ଅସମାହିତ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.