ବିଦେଶୀ ମହିଳା ଡିଜେଙ୍କୁ ଦୁଷ୍କର୍ମ କରି ମୁମ୍ବାଇ ଯୁବକ ଗିରଫ

୨୦୧୭ରେ ସୋସିଆଲ ମିଡିଆରେ ପରସ୍ପର ସହିତ ହୋଇଥିଲା ଦେଖା । ଏହାପରେ ୨୦୧୯ରେ ଅଭିଯୁକ୍ତ ଜଣକ ବିଦେଶୀ ମହିଳା ଡିଜେଙ୍କୁ ଘରକୁ ଡାକି କରିଥିଲେ ଦୁଷ୍କର୍ମ । ଏବେ ଅଭିଯୋଗ ପରେ ଅଭିଯୁକ୍ତ ମୁମ୍ବାଇ ଯୁବକ ଗଲେ ଜେଲ୍‌ ।

ମୁମ୍ବାଇରେ ମେକ୍ସିକୋ ମହିଳାଙ୍କୁ ଦୁଷ୍କର୍ମ । ମୁମ୍ବାଇ ପୋଲିସ ଏହି ମାମଲାରେ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମେକ୍ସିକୋର ୩୧ ବର୍ଷୀୟା ଜଣେ ମହିଳା ଡିସ୍କୋ ଜକି(ଡିଜେ)ଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବାନ୍ଦ୍ରା ଥାନା ଅଧିକାରୀଙ୍କ କହିବାନୁଯାୟୀ, ଗତ ସପ୍ତାହରେ ପୀଡିତା ଜଣକ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିଲେ । ଏହାପରେ ପୋଲିସ୩୫ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ।

ଖବର ମୁତାବକ, ପୀଡିତା ଜଣକ ଡିଜେ ଭାବେ ମୁମ୍ବାଇରେ କାମ କରନ୍ତି । ଗିରଫ ଅଭିଯୁକ୍ତ ଜଣକ ୨୦୧୯ରେ ଅନେକ ଥର ମହିଳା ଜଣକୁ ଦୁଷ୍କର୍ମ କରିଛନ୍ତି । ମୁମ୍ବାଇରେ ରହୁଥିବା ମେକ୍ସିକୋର ମହିଳା ଡିଜେଙ୍କୁ ତାଙ୍କ ମ୍ୟାନେଜର ଦୁଷ୍କର୍ମ କରିଥିବା ମାମଲା ଥାନାରେ ରୁଜୁ ହୋଇଥିଲା ।

ପୋଲିସ ଅଧିକାରୀ ଜଣକ ଦାଏର ହୋଇଥିବା ମାମଲା ଆଧାରରେ କହିଛନ୍ତି, ୨୦୧୭ରେ ପୀଡିତା ଜଣକ ଅଭିଯୁକ୍ତକୁ ସୋସିଆଲ ମିଡିଆ ମାଧ୍ୟମରେ ଦେଖା ହୋଇଥିଲେ । ଜୁଲାଇ ୨୦୧୯ରେ ବାନ୍ଦ୍ରାରେ ଦୁଷ୍କର୍ମର ଶିକାର ହୋଇଥିଲେ ପୀଡିତା । ଏହି ଘଟଣା ପରେ ଅଭିଯୁକ୍ତ ଜଣକ ଅନେକ ଥର ଦୁଷ୍କର୍ମ କରିଛନ୍ତି । ଅଭିଯୁକ୍ତ ଜଣକ ବିଦେଶୀ ମହିଳାଙ୍କୁ ଅନେକ ବର୍ଷ ଧରି ପ୍ରତାଡିତ କରୁଥିଲେ ଅଭିଯୁକ୍ତ । ଏହାଛଡା ମହିଳାଙ୍କ ସହିତ ଅନ୍ତରଙ୍ଗ ଫଟୋ ରଖି ତାଙ୍କୁ ବ୍ଲାକମେଲ କରୁଥିଲେ ।

ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୭୬(ଦୁଷ୍କର୍ମ), ୩୭୭ (ଅପ୍ରାକୃତିକ ଯୌନ ସମ୍ବନ୍ଧ), ୩୫୪ ଏବଂ ୫୦୬ ଅଧିନରେ ମାମଲା ରୁଜୁ କରି ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.