ଶୀତ ଦିନ ସନ୍ଧ୍ୟାରେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଆଳୁ ବରା , ଯାହା ଖାଇବା ପାଇଁ ଭାରି ଟେଷ୍ଟି

ଆପଣ କେବେ ଆଳୁରେ ବରା ପ୍ରସ୍ତୁତ କରିଛନ୍ତି କି ? ଯଦି କେବେ ଏପରି ରେସିପି ପ୍ରସ୍ତୁତ କରିନାହାନ୍ତି, ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଆଳୁ କିପରି ଭାବେ ବରା ପ୍ରସ୍ତୁତ କରିବେ ତାହା ଜଣାଇବୁ ।

ବର୍ତ୍ତମାନ ପ୍ରାୟତଃ ଲୋକମାନେ ସବୁଠାରୁ ଅଧିକ ଖାଦ୍ୟରେ ଆଳୁ ବ୍ୟବହାର କରୁଛନ୍ତି । ତେବେ ଆଳୁରେ ବିଭିନ୍ନ ପ୍ରକାରର ରେସିପି ତିଆରି ହୋଇଥାଏ । ହେଲେ ଆପଣ କେବେ ଆଳୁରେ ବରା ପ୍ରସ୍ତୁତ କରିଛନ୍ତି କି ? ଯଦି କେବେ ଏପରି ରେସିପି ପ୍ରସ୍ତୁତ କରିନାହାନ୍ତି, ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଆଳୁ କିପରି ଭାବେ ବରା ପ୍ରସ୍ତୁତ କରିବେ ତାହା ଜଣାଇବୁ । ଏହି ଆଳୁ ବରା ତିଆରି କରିବା ବହୁତ ସହଜ ଆଉ ଖାଇବା ପାଇଁ ବହୁତ ଟେଷ୍ଟି ।

ଆବଶ୍ୟକ ସାମଗ୍ରୀ :
୪ ରୁ ୫ ଟି ମିଡିୟମ ସାଇଜ୍‌ର ଆଳୁ ନେବେ ଓ ୧ ବଡ ରସୁଣ ନେବେ ଏହା ସହ କିଛି କଟା ଧଣିବା ପତ୍ର ନେବେ ଓ ୪ ରୁ ୫ ଛୋଟ ଚାମଚ କନ୍‌ଫ୍ଲୋର ଏବଂ ୩ ରୁ ୪ ବଡ ଚାମଚ ମଇଦା ମଧ୍ୟ ନେବେ ଏହା ସହ ଏକ ଛୋଟ ଚାମଚ ମରିଚ ଗୁଣ୍ଡ ଏବଂ ଆବଶ୍ୟକ ଅନୁସାରେ ଲୁଣ ଓ ଆବଶ୍ୟକ ଅନୁସାରେ ଛାଣିବା ପାଇଁ ତେଲ ନେବେ ।

ପ୍ରସ୍ତୁତ କରିବା ପ୍ରଣାଳୀ :
ଏହି ମୁସୁ ମୁସିଆ ଆଳୁ ବରା ତିଆରି କରିବା ପାଇଁ ପ୍ରଥମେ ଆଳୁକୁ ଭଲ ଭାବେ ସିଜାଇ ଦେବେ । ଏହାପରେ ରସୁଣକୁ ହାଲକାରେ ଛେଚି ଦେବେ । ତାପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇବେ ଏବଂ ସେଥିରେ ଅଳ୍ପ କିଛି ତେଲ ଦେବେ ଏହାପରେ ସେଥିରେ ଛେଚି ଥିବା ରସୁଣକୁ ପକାଇ ହଲକାରେ ଫ୍ରାଏ କରିବେ ଏବଂ ସେଥିରେ ଗୋଟିଏ କପ୍‌ରେ ଅଧା କପ୍‌ ପାଣି ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ମରିଚ ଗୁଣ୍ଡ ମଧ୍ୟ ସେଥିରେ ଆଡ୍‌ କରିବେ । ସେହି ପାଣି ଫୁଟିବା ପରେ ସେଥିରେ ମଇଦା ପକାଇ ଅଳ୍ପ ସମୟ ଏପଟ ସେପଟ କରିବେ । ତାପରେ ସେଥିରେ ସିଜାଇ ରଖିଥାବ ଆଳୁ ପକାଇ ଭଲ ଭାବେ ଏକ ଜନ୍ତୁଣି ତିଆରି କରିଦେବେ ।

ଏହା ପରେ ସେହି ଜନ୍ତୁଣିକୁ ୧୦ ରୁ ୧୫ ମିନିଟ୍‌ ଥଣ୍ଡା ହେବା ପାଇଁ ଛାଡି ଦେବେ । ତାପରେ ସେଥିରେ କନ୍‌ଫ୍ଲୋର ଓ ଧଣିଆ ପତ୍ର ପକାଇ ଅଟା ଚକୁଡିବା ପରି ଭଲ ଭାବେ ଚକୁଡି ଦେବେ । ଏହା ପରେ ପୁଣି ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ସେଥିରେ ଛଣିବା ପାଇଁ ଆବଶ୍ୟକ ଅନୁସାରେ ତେଲ ନେଇ ଯିବେ । ତା’ପରେ ଆଳୁରେ ତିଆରି କରିଥିବା ଜନ୍ତୁଣିକୁ ଗୋଟିଏ ଗୋଟିଏ କରି ଗଢିବେ ଏବଂ ତାକୁ ଛାଣିବା ପାଇଁ ଆରମ୍ଭ କରିବେ । ଏହା ସହ ଦେଖିବେ ବରାଟି ହାଲକା ବ୍ରାଉନ୍‌ ହେବ ପର୍ଯ୍ୟନ୍ତ ଛାଣିବେ । ଏହା ପରେ ଦେଖିବେ ଏହି ଆଳୁରେ ତିଆରି ବରା ଖାଇବା ପାଇଁ କେତେ ଟେଷ୍ଟି ଲାଗିବ । ବିଶେଷ ଭାବେ ଛୋଟ ପିଲାଙ୍କୁ ଏହାକୁ ଖାଇବା ପାଇଁ ବହୁତ ଭଲ ଲାଗିବ । ସେଥିପାଇଁ ଆପଣମାନେ ମଧ୍ୟ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଏହି ଆଳୁ ବରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.