Below header

ଦେଖନ୍ତୁ ଭିଡିଓ : ଆପାର୍ଟମେଣ୍ଟର ଦ୍ବିତୀୟ ମହଲାରୁ ଖସିପଡିଲା ୨ବର୍ଷର ଶିଶୁ, ଦେବଦୂତ ସାଜି ଆସି ଧରିପକାଇଲେ ବାଳକ

ତୁର୍କୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବାଳକ ଏକ ୨ବର୍ଷର ଶିଶୁଟିକୁ କ୍ୟାଚ୍ କରୁଥିବାର ଦେଖିବାକୁ ମିଳୁଛନ୍ତି । ଏହି ଭିଡିଓ ତୁର୍କୀର ଅଟେ । ତୁର୍କୀର ଫତେହ ଡିଷ୍ଟ୍ରିକ୍ଟ ଅଫ୍ ଇସ୍ତାଂବୁଲ୍ ରେ ଏକ ଶିଶୁ ଆପାର୍ଟମେଣ୍ଟର ଦ୍ବିତୀୟ ମହଲାରୁ ତଳରୁ ଖସିପଡିଥିଲା । କିନ୍ତୁ ଦେହଦୂତ ଭଳି ସେଠାରେ ହଠାତ୍ ଜଣେ ୧୭ବର୍ଷର ବାଳକ ପହଁଚିବା ସହ ଶିଶୁ ଟିକୁ ଧରି ପକାଇଥିଲେ । ଶିଶୁଟିର ଜୀବନ ବଞ୍ଚାଇଥିବା ବାଳକ ଫ୍ୟୁଜି ଜବାତ୍ ଏବେ ସମସ୍ତଙ୍କ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଫ୍ୟୁଜିଙ୍କୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି ।

ସୂଚନା ଅନୁଯାୟୀ, ଯେଉଁଠାରେ ଏହି ଘଟଣା ଘଟିଛି ଆଲଜିରିୟାନ୍ ପ୍ରବାସୀ ଫ୍ୟୁଜି ସେହି ରାସ୍ତାରେ ଥିବା ଏକ କାର୍ଯ୍ୟାଳୟରେ କାମ କରନ୍ତି। ସେ ସେଠାରେ ଥିବା ସମୟରେ ଯେତେବେଳେ ଦେଖିଥିଲେ କି ଶିଶୁଟି ନିଜ ଘର ଝରକା ପଟୁ ତଳକୁ ଖସିବାକୁ ଯାଉଛି ସେ କିଛି ନଭାବି ତୁରନ୍ତ ଫୁଟ୍ ପାଥ୍ ଉପରକୁ ଯାଇ ଛିଡା ହୋଇଯାଇଥିଲେ ଏବଂ ଶିଶୁଟି ପଡିବା କ୍ଷଣି ହିଁ ଧରିପକାଇଥିଲେ । ଫ୍ୟୁଜିଙ୍କ ବୁଦ୍ଧିମାନ୍ କାର୍ଯ୍ୟ ଫଳରେ ଶିଶୁଟିର ଜୀବନ ବଞ୍ଚିପାରିଛି । ଫ୍ୟୁଜି କହିଛନ୍ତି କି ସେ ସେୟା କରିଛନ୍ତି ଯାହା ତାଙ୍କୁ କରିବା ଦରକାର ଥିଲା।

ଅନ୍ୟପଟେ ଏହି ଘଟଣା ସମୟରେ ଶିଶୁଟିର ମା ରୋଷେଇ କରୁଥିଲେ । ତେବେ ଶିଶୁଟି ସହିତ ଘଟିଯାଇଥିବା ଘଟଣା ତାଙ୍କୁ ସ୍ତବ୍ଧ କରିଦେଇଛି । ସେ ଫ୍ୟୁଜିଙ୍କୁ ତାଙ୍କ ଶିଶୁର ଜୀବନ ବଞ୍ଚାଇଥିବା ନେଇ ଧନ୍ୟବାଦ ଦେବା ସହିତ ୨୦୦ ତୁର୍କୀ ଲାଇରାସ୍ ଗିଫ୍ଟ ଦେଇଛନ୍ତି । ଏହି ଘଟଣା ସୋସିଆଲ୍ ମିଡିଆରେ ଫ୍ୟୁଜିଙ୍କୁ ହୀରା ବେନାଇଦେଇଛି । ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ପବନ ବେଗରେ ସେୟାର ହେବାରେ ଲାଗିଛି ।

ଦେଖନ୍ତୁ ଏହି ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.