Below header

ବାପ୍ ଏକ ନମ୍ବରୀ ତୋ ବେଟା ଦଶ ନମ୍ବରୀ, ୨୫ ବର୍ଷ ତଳେ ପୋଲିସଙ୍କୁ ଜୋତା ଉଠାଇଥିଲେ କୈଳାସ ଆଉ ଏବେ ପୁଅ ପିଟିଲେ ବ୍ୟାଟରେ

କେହି କାହାକୁ କମ୍ ନୁହଁନ୍ତି । ବାପ୍ ୧ ନମ୍ବରୀ ତୋ ବେଟା ୧୦ ନମ୍ବରୀ । ଦୁଇ ଦିନ ତଳେ ଇନ୍ଦୋର ମହାନଗର ନିଗମର ଅଧିକାରୀଙ୍କୁ ବିଚ୍ ରାସ୍ତାରେ ବ୍ୟାଟରେ ପିଟି ଗିରଫ ହୋଇଛନ୍ତି ବିଜେପି ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ । ପୁଅର କାରନାମା ପରେ ପରେ ଏବେ ସାମ୍ନାକୁ ଆସିଛି ବାପାଙ୍କ ଅସଲ ଚେହେରା ।

ସୋସିଆଲ୍ ମିଡିଆରେ କୈଳାଶଙ୍କ ଫଟୋ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଜଣେ ପୋଲିସ୍ ଜୋତା ଦେଖାଇଛନ୍ତି କୈଳାସ । ଫଟୋଟି ପ୍ରାୟ ୨୫ ବର୍ଷ ପୁରୁଣା । ଭାଇରାଲ୍ ହେଉଥିବା ଏହି ହେଉଛି ୧୯୯୪ ର । ସେ ସମୟରେ ଇନ୍ଦୋରର ତତ୍କାଳୀନ ଏଏସପି ପ୍ରମୋଦ ଶ୍ରୀପଦଙ୍କୁ ଜୋତା ଉଠାଇଥିଲେ କୈଳାସ । ତେବେ କୈଳାସଙ୍କ ଏହି କାରନାମା ସାମ୍ନାକୁ ଆସିବା ପରେ ବିଭିନ୍ନ ପ୍ରତିକ୍ରିୟ ପ୍ରକାଶ ପାଇଛି ।

kailash vijayvargiyaସେହିପରି ଗତକାଲି ଜଣେ ସମ୍ବାଦିକଙ୍କୁ କୈଳାସ କହିଥିଲେ ଆପଣଙ୍କ ଔକାତ୍ କଣ । କେବଳ ସେତିକି ନୁହେଁ କୈଳାସ କହିଥିଲେ ‘ଆପଣ କ’ଣ ଜଜ୍? ଏହା ସହ କହିଥିଲେ ଯେ ତାଙ୍କ ପୁଅ କେବେ ବି ଭୁଲ କାମ କରି ପାରିବ ନାହିଁ । କୈଳାସଙ୍କ ପୁଅ ଆକାଶ ବିଜୟବର୍ଗୀୟ ଗତକାଲି ଜଣେ ମହାନଗର ନିଗମ ଅଧିକାରୀଙ୍କୁ ବ୍ୟାଟରେ ପିଟି ଗିରଫ ହୋଇଥିଲେ । ଆଉ ଏହି ଘଟଣା ପରେ କୈଳାଶଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ଜଣେ ସମ୍ବାଦିକ ।

akash vijavargiaସୂଚନାଯୋଗ୍ୟ ଯେ ଦୁଇ ଦିନ ଆକାଶ ଜଣେ ସହଯୋଗୀଙ୍କ ଘରକୁ ଇନ୍ଦୋର ମହାନଗର ନିଗମର ଅଧିକାରୀମାନେ ଭାଙ୍ଗିବା ପାଇଁ ଯାଇଥିଲେ । କିନ୍ତୁ ଏଥିରେ ବାଧା ସୃଷ୍ଟି କରିବା ସହ ଜଣେ ଅଧିକାରୀଙ୍କୁ ବ୍ୟାଟରେ ପିଟିଥିଲେ ଆକାଶ । ଏହା ସହ ନିଗମ ଅଧିକାରୀଙ୍କ ଗାଡ଼ିକୁ ମଧ୍ୟ ଆକାଶଙ୍କ ସମର୍ଥକମାନେ ଭଙ୍ଗାରୁଜା କରିଥିଲେ। ପରେ ପୁଲିସ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଏବେ ଆକାଶଙ୍କୁ ଗିରଫ କରିଥିଲା ପୁଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.