Below header

ଲୋକସଭାରେ ଗୃହୀତ ହେଲା ଦିଲ୍ଲୀ ଅର୍ଡିନାନ୍ସ ବିଲ୍‌, ବିରୋଧୀ କଲେ କକ୍ଷ ତ୍ୟାଗ

ଲୋକସଭାରେ ଆସିଲା ଗଭର୍ଣ୍ଣମେଣ୍ଟ ଅଫ୍‌ ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ-ଆମେଣ୍ଡମେଣ୍ଟ ବିଲ୍‌ । ତେବେ ବିଲ୍କୁ ବିରୋଧ କରି ବିରୋଧୀ କକ୍ଷତ୍ୟାଗ କରିଛନ୍ତି । ଗୃହରେ ହଙ୍ଗାମା କରିଥିବାରୁ ଆମ୍ ଆଦମୀ ପାର୍ଟି ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଏହି ବିଲକୁ ସମର୍ଥନ କରିଛି ବିଜେଡି ।

ନୂଆଦିଲ୍ଲୀ : ଲୋକସଭାରେ ଗୃହୀତ ହେଲା  ଦିଲ୍ଲୀ ଅର୍ଡିନାନ୍ସ  ବିଲ୍‌ । ତେବେ ବିଲ ଵାଚନିକ ଭୋଟରେ ପାସ ହେବା ପରେ ବିଲ୍କୁ ବିରୋଧ କରି କକ୍ଷତ୍ୟାଗ କରିଛନ୍ତି ବିରୋଧୀ । ଗୃହରେ ହଙ୍ଗାମା କରିଥିବାରୁ ଆମ୍ ଆଦମୀ ପାର୍ଟି ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଏହି ବିଲକୁ ସମର୍ଥନ କରିଛି ବିଜେଡି ।

କାହିଁକି ବିବାଦୀୟ ଦିଲ୍ଲୀ ସର୍ଭିସେସ୍‌ ବିଲକୁ ବିଜେଡି ସମର୍ଥନ ଦେଲା ଲୋକସଭାରେ ବକ୍ତବ୍ୟ ରଖିଛନ୍ତି ସଂସଦୀୟ ଦଳ ନେତା ପିନାକୀ ମିଶ୍ର । ସେ କହିଛନ୍ତି, ଆମେ ବିଜେପିକୁ ସମର୍ଥନ ଦେଇ ନାହୁଁ । ରାଜ୍ୟରେ ବିଜେପି ଏବେ ବିଜେଡିର ମୁଖ୍ୟ ବିରୋଧୀ । କଂଗ୍ରେସର ସତ୍ତା ନାହିଁ । ଦିଲ୍ଲୀ ବିଲକୁ ସମର୍ଥନ ପଛରେ ରହିଛି ଏକ ଆଇନଗତ ସମର୍ଥନ ।

ସମ୍ବିଧାନର ଧାରା ୨୩୯AA ଅନୁସାରେ ଦିଲ୍ଲୀ ସମ୍ପର୍କିତ କୌଣସି ପ୍ରସଙ୍ଗରେ ସଂସଦ ଆଇନ କରିପାରିବ । ପିନାକୀ କହିଥିଲେ, କେନ୍ଦ୍ର ଚାହିଁଲେ ଏହି ନିୟମ ଓଡ଼ିଶା, ରାଜସ୍ଥାନ କି ପଶ୍ଚିମବଙ୍ଗ ପାଇଁ ଆଣିପାରିବେ ନାହିଁ । କାରଣ ସମ୍ବିଧାନରେ ଦିଆଯାଇ ନାହିଁ ସେଭଳି କିଛି କ୍ଷମତା । ଦିଲ୍ଲୀ ପାଇଁ କ୍ଷମତା ଦିଆଯାଇଥିବାରୁ ବିଜେଡି ସମର୍ଥନ କରିଥିବା କହିଛନ୍ତି ପିନାକୀ ମିଶ୍ର ।

ପୂର୍ବରୁ ଜାରି ଅଧ୍ୟାଦେଶ ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ତେଣୁ ରାୟ ଆସିବାକୁ ସମସ୍ତେ ଅପେକ୍ଷା କରିବା ଆବଶ୍ୟକ । ଏବେ ଦିଲ୍ଲୀ ପୋଲିସ, ଆଇନ ବ୍ୟବସ୍ଥା ଓ ଜମିଜମା ବ୍ୟବସ୍ଥା କେନ୍ଦ୍ର ଅଧୀନରେ ରହିଛି । ସରକାରୀ କର୍ମଚାରୀଙ୍କ ଉପରେ କର୍ତ୍ତୃତ୍ୱ କାହାର ରହିବ ତାକୁ ନେଇ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି । ଯେଉଁଥିରେ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.