କିସ୍‌ ପୁରାତନ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ମୟୂରଭଞ୍ଜ ଜିଲ୍ଲାର ମହିଳା ରଗବୀ ଟିମ୍‌ ଜାତୀୟ ସ୍ତରରେ ଚମ୍ପିଅନ

ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ଦିଲ୍ଲୀ ସେଭେନ୍ତ ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇ ଚମ୍ପିଅନ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଫ୍ୟୁଚର ଏକାଡେମୀର ଖେଳାଳି । ଚଳିତ ଟୁର୍ଣ୍ଣାମେଣ୍ଟରେ ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟର ଏକମାତ୍ର ଦଳ ଭାବେ ପ୍ରତିନିଧିତ୍ୱ କରି ଏହି ବିଜୟ ହାସଲ କରିଛନ୍ତି ମହିଳା ରଗବୀ

କେନ୍ୟୁଜ୍(ବ୍ୟୁରୋ): ରଗ୍‌ବୀ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ କିସ୍‌ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରୟାସ ଫଳପ୍ରଦ। କିସ୍‌ ପୁରାତନ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ମୟୂରଭଞ୍ଜ ଜିଲ୍ଲାର ମହିଳା ରଗବୀ ଟିମ୍‌। ଜାତୀୟ ସ୍ତରରେ ଚମ୍ପିଅନ ହୋଇ ସମଗ୍ର ରଜ୍ୟକୁ ଗୌରାବନ୍ଵିତ କରିଛନ୍ତି। ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ଦିଲ୍ଲୀ ସେଭେନ୍ତ ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇ ଚମ୍ପିଅନ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଫ୍ୟୁଚର ଏକାଡେମୀର ଖେଳାଳି । ଚଳିତ ଟୁର୍ଣ୍ଣାମେଣ୍ଟରେ ମୟୂରଭଞ୍ଜ ଜିଲ୍ଲା ତଥା ରାଜ୍ୟର ଏକମାତ୍ର ଦଳ ଭାବେ ପ୍ରତିନିଧିତ୍ୱ କରି ଏହି ବିଜୟ ହାସଲ କରିଛନ୍ତି ମହିଳା ରଗବୀ ଖେଳାଳି । ଫାଇନାଲରେ ଦିଲ୍ଲୀର ସବୁଠାରୁ ଶକ୍ତିଶାଳୀ ଦଳକୁ ପରସ୍ତ କରି ଏହି ବିଜୟ ହାସଲ କରିଛନ୍ତି ।

ଦିଲ୍ଲୀରୁ ଫେରିବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଏହି ଦଳ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜସ୍ୱ ପ୍ରଚେଷ୍ଟାରେ କିସର ପୁରାତନ ଛାତ୍ରଛାତ୍ରୀ ମାନେ ଖୋଲିଛନ୍ତି ରଗବୀ ଏକାଡେମୀ। ୨୦୧୯ ମସିହରେ ଦିବ୍ୟ ରଞ୍ଜନ ଦାସ, ରୁପାଲୀ ସୋରେନ, ନିରଞ୍ଜନ ବିଶ୍ୱାଳ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଥିଲେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ। ଆଗକୁ ଏହି ଖେଳାଳିମାନଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ସମସ୍ତ ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ।

Leave A Reply

Your email address will not be published.