ଯାଜପୁର: କବାଟବନ୍ଧ ନିକଟ ବ୍ରାହ୍ମଣୀ ନଦୀର ବନ୍ୟା ଜଳରେ ଭାସିଗଲେ ବୃଦ୍ଧା

ବ୍ରାହ୍ମଣୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ଆସିବାରୁ ଆଜି କବାଟବନ୍ଧ ନିକଟରେ ବୃଦ୍ଧା ଜଣକ ଗାଧୋଇବାକୁ ଆସିଥିବା ସମୟରେ ବନ୍ଯାଜଳରେ ଭାସି ଯାଇଥିବା ସୂଚନା ମିଳିଛି।

ଯାଜପୁର(କେନ୍ୟୁଜ୍):  ଜେନାପୁର ଥାନା ଅଧିନ କବାଟବନ୍ଧ ନିକଟରେ ବ୍ରାହ୍ମଣୀ ନଦୀର ବନ୍ଯାଜଳରେ ଭାସିଗଲେ ବୃଦ୍ଧା। ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି। ସୂଚନା ମୁତାବକ, ବ୍ରାହ୍ମଣୀ ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ଆସିବାରୁ ଆଜି କବାଟବନ୍ଧ ନିକଟରେ ବୃଦ୍ଧା ଜଣକ ଗାଧୋଇବାକୁ ଆସିଥିବା ସମୟରେ ବନ୍ଯାଜଳରେ ଭାସି ଯାଇଥିବା ସୂଚନା ମିଳିଛି।

ଖବର ପାଇ ଚେଇଧରା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ବେଳେ ବୃଦ୍ଧାଙ୍କ କୌଣସି ସନ୍ଧାନ ମିଳିପାରିନାହିଁ। ନିଖୋଜ ବୃଦ୍ଧା ନିକଟସ୍ଥ ଗ୍ରାମର ସ୍ୱର୍ଗତ ପଠାଣି ସାହୁଙ୍କ ପତ୍ନୀ ରୁକ୍ମିଣୀ ସାହୁ (୭୫) ବୋଲି ସୂଚନା ମିଳିଛି। ତେବେ ସନ୍ଧ୍ୟ୍ରା ହୋଇଯିବାରୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସର୍ଚ୍ଚ ଅପରେସନକୁ ବନ୍ଦ ରଖିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.