ୟୁକ୍ରେନ: ଖେର୍‌ସନରେ ରୁଷ୍‌ର ପୁଣି କ୍ଷେପଣାସ୍ତ୍ର ମାଡ଼, ୧୮ଶ ଶତାବ୍ଦୀର ଐତିହାସିକ ଚର୍ଚ୍ଚ ଧ୍ୱସ୍ତ

ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼ରେ ଗୁରୁବାର ୟୁକ୍ରେନର ଖେରସନ ସହରରେ ଥିବା ଏକ ଐତିହାସିକ ଚର୍ଚ୍ଚ ଧ୍ୱସ୍ତ ହୋଇଯାଇଛି।

ରୁଷ୍‌-ୟୁକ୍ରେନ ଯୁଦ୍ଧ ବିଭୀଷିକା ବର୍ତ୍ତମାନ ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ଯୁଦ୍ଧ ଆହୁରି ତୀବ୍ର ହୋଇଛି। ଏହାରି ଭିତରେ ରୁଷ୍‌ ୟୁକ୍ରେନର ଖେରସନ ସହରରେ ପୁଣି କ୍ଷେପଣାସ୍ତ୍ର ମାଡ଼ କରିଛି। ରୁଷ୍‌ର ଏହି କ୍ଷେପଣାସ୍ତ୍ର ମାଡ଼ରେ ଗୁରୁବାର ୟୁକ୍ରେନର ଖେରସନ ସହରରେ ଥିବା ଏକ ଐତିହାସିକ ଚର୍ଚ୍ଚ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇ ଯାଇଛି।

ଏହି ଚର୍ଚ୍ଚରେ ୧୮ଶ ଶତାବ୍ଦୀର ପ୍ରସିଦ୍ଧ କମାଣ୍ଡରଙ୍କ ଅନ୍ତିମ ଅବଶେଷ ସମାଧି ଦିଆଯାଇଥିଲା। କମାଣ୍ଡର ଆଧୁନିକ ୟୁକ୍ରେନର ଦକ୍ଷିଣ-ପୂର୍ବ ଭାଗରେ ରୁଷୀୟ ନିୟନ୍ତ୍ରଣ ସ୍ଥାପନ କରିଥିଲେ ଏବଂ କ୍ରିମିୟା ଦ୍ୱୀପକୁ କବ୍‌ଜା କରିଥିଲେ।

ୟୁକ୍ରେନର ଜରୁରୀକାଳୀନ ସେବା ତରଫରୁ କୁହାଯାଇଛି କି, ଦ୍ୱିତୀୟ ରାଉଣ୍ଡ ଗୋଳା ବାରୁଦ ମାଡ଼ରେ ତାଙ୍କର ୪ କର୍ମଚାରୀ ଆହତ ହୋଇଛନ୍ତି, ଯେଉଁମାନେ ‘ସେଣ୍ଟ କ୍ୟାଥରିନ୍ସ କ୍ୟାଥେଡ୍ରଲ’ରେ ଲାଗିଥିବା ନିଆଁକୁ ଲିଭାଇବାରେ ସାମିଲ ଥିଲେ। ୧୭୮୧ ମସିହାରେ ନିର୍ମିତ ଖେରସନ ଚର୍ଚ୍ଚ ସହରର ସବୁଠାରୁ ଉଲ୍ଲେଖନୀୟ ଅଟ୍ଟାଳିକା ମଧ୍ୟରୁ ଅନ୍ୟତମ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.