ମୋବାଇଲ୍ ଚାର୍ଜର ପିନକୁ ପାଟିରେ ପୁରାଇଦେଲା କଅଁଳା ଶିଶୁ, କରେଣ୍ଟ ଲାଗି ଚାଲିଗଲା ୮ ମାସ ଶିଶୁର ଜୀବନ

ମୋବାଇଲ ଚାର୍ଜର ନେଇଗଲା ଶିଶୁର ଜୀବନ । ଚାର୍ଜର ପିନକୁ ପାଟିରେ ପୁରାଇ ଦେବାରୁ ୬ ମାସର ଜଣେ ଶିଶୁର ମୃତ୍ୟୁ ହୋଇଛି । ଏ ଖବର ଏବେ ଚାରିଆଡେ ଚହଳ ସୃଷ୍ଟି କରାଇଛି । କେମିତି ଭାବେ ଛୋଟ ପିଲାଟି ଚାର୍ଜର ପିନକୁ ପାଟିରେ ପୂରାଇଦେଲା ଏବଂ ମୃତ୍ୟୁ ହେଲା ।

ମୋବାଇଲ ଚାର୍ଜର ନେଇଗଲା ଶିଶୁର ଜୀବନ । ଚାର୍ଜର ପିନକୁ ପାଟିରେ ପୁରାଇ ଦେବାରୁ ୬ ମାସର ଜଣେ ଶିଶୁର ମୃତ୍ୟୁ ହୋଇଛି । ଏ ଖବର ଏବେ ଚାରିଆଡେ ଚହଳ ସୃଷ୍ଟି କରାଇଛି । କେମିତି ଭାବେ ଛୋଟ ପିଲାଟି ଚାର୍ଜର ପିନକୁ ପାଟିରେ ପୂରାଇଦେଲା ଏବଂ ମୃତ୍ୟୁ ହେଲା । ଏଭଳି ଏକ ଦୁଃଖଦ ଏବଂ ଅଭାବନୀୟ ଘଟଣା କର୍ଣ୍ଣାଟକର ବାଙ୍ଗାଲୁରୁରେ ଘଟଣା ଘଟିଛି । ବିଦ୍ୟୁତ୍ ସୁଇଚ ବୋର୍ଡକୁ ସଂଯୋଗ ହୋଇଥିବା ଏକ ଚାର୍ଜର ପିନକୁ ଚୋବାଇଦେବାରୁ ପିଲାର ମୃତ୍ୟୁ ହୋଇଛି ।

ତେବେ ବୁଧବାର ଦିନ ସୁଇଚ ଅନ ଥିବା ବେଳେ ଶିଶୁଟି ପିନକୁ ପାଟିରେ ପୁରାଇ ଚୋବାଇ ଦେଇଥିଲା । ପରିବାର ଲୋକେ ସଙ୍ଗେ ସଙ୍ଗେ ଶିଶୁକୁ ହସ୍ପିଟାଲ ନେଇଥିଲେ ମଧ୍ୟ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ମୃତ ଶିଶୁଟି ସ୍ଥାନୀୟ ଉତର କାନାଡା ଜିଲ୍ଲାର ସିଦ୍ଦରଡା ଗାଁ ସନ୍ତୋଷ କାଲଗୁଟଙ୍କର ଝିଅ । ଚାର୍ଜରର ସୁଇଚ ଅନ ଥିବା ଯୋଗୁ ପିଲାଟିର ମୃତ୍ୟୁ ହୋଇଥିବା ପୁଲିସ କହିଛି ।

ମୋବାଇଲ ଚାର୍ଜର ଯେତେବେଳେ ଆପଣ ଅନ୍ କରୁଛନ୍ତି ତାହା କେତେ ସାଂଘାତିକ ହୋଇପାରେ ତାହା ହିଁ ବୟାନ କରୁଛି ଏକ ଖବର । କାରଣ ଗୋଟେ ଛୋଟ କଅଁଳା ଶିଶୁ ଯାହାର ବୟସ ମାତ୍ର ୬ ମାସ, ଯେତେବେଳେ ସୁଇଚ୍ ଅନ୍ ରହିଛି ସେତେବେଳେ ସେ ଚାର୍ଜରକୁ ଚୋବାଇଦେଇଥିଲା । ଯାହାପରେ ପିଲାଟିର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ପରିବାର ବର୍ଗ ପିଲାଟିକୁ ସଙ୍ଗେ ସଙ୍ଗେ ନେଇଯାଇଥିଲେ ସତ କିନ୍ତୁ ବହୁତ ବିଳମ୍ବ ହୋଇଯାଇଥିଲା ଯାହାଫଳରେ ପିଲାଟିକୁ ବଞ୍ଚାଇପାରିନଥଲେ ଡାକ୍ତର ।

ତେବେ ଆପଣଙ୍କ ଘରେ ଛୋଟ ପିଲା ତ ନିଶ୍ଚୟ ଥିବ ତେବେ ଆପଣ ନିହାତି ଭାବେ ସତର୍କ ଆଉ ସଚେତନ ରୁହନ୍ତୁ। ସବୁ ସମୟରେ ଆପଣଙ୍କୁ ସଜାଗ ରହିବାକୁ ପଡିବ । ଯେମିତି ଆପଣ ଏମିତି ଏକ ଅତି ଦୁଃଖଦ ଘଟଣାକୁ ସାମ୍ନା ନ କରନ୍ତି । ସବୁ ବାପା ମାଆ ଏଥିପ୍ରତି ଯଥେଷ୍ଟ ସଜାଗ ରହିବା ନିହାତି ଆବଶ୍ୟକ । ଏ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.