ଆଠମଲ୍ଲିକ କୁଦ ଗାଁ ରୁ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ, ସାଢେ ୪ଟା ସୁଦ୍ଧା ୧୪୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି

ଡିଆରଏଫ, ଓଡ୍ରାଫ୍‌, ଅଗ୍ନିଶମ ଓ ତହସିଲ୍‌ ପକ୍ଷରୁ ମୋଟ ୭ଟି ମୋଟର ବୋଟ ସହ ୬୨ ଜଣ ଯବାନ ନିୟୋଜିତ ହୋଇଛନ୍ତି । ବନ୍ୟା ବିପନ୍ନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯିବା ପାଇଁ ପ୍ରଶାସନ ଜାଗ୍ରତ ଥିବା କହିଛନ୍ତିସ ଉପଜିଲ୍ଲାପାଳ ତରଣୀ ସୁନା ସୂଚନା

ଆଠମଲ୍ଲିକ(କେନ୍ୟୁଜ୍): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ କୁଦ ଗାଁ ରୁ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ । ମହାନଦୀ ପୂର୍ଣ୍ଣଗର୍ଭା ହୋଇ ଆଠମଲ୍ଲିକର ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଅପରାହ୍ନ ସାଢେ ୪ଟା ମଧ୍ୟରେ ୧୪୩ ଜଣଙ୍କୁ ବୋଟ୍‌ ସାହାଯ୍ୟରେ ସ୍ଥାନାନ୍ତର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ମହିଳା,ଶିଶୁ ଓ ବୟସ୍କଙ୍କୁ ସ୍ଥାନାନ୍ତର କରାଯାଇଛି ।

ସମସ୍ତଙ୍କୁ ନୂଆ କୁଦ ଗାଁ ପଞ୍ଚାୟତ ଅଫିସରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଇଛି । ଆଶୁ ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଛି । ଏନଡିଆରଏଫ, ଓଡ୍ରାଫ୍‌, ଅଗ୍ନିଶମ ଓ ତହସିଲ୍‌ ପକ୍ଷରୁ ମୋଟ ୭ଟି ମୋଟର ବୋଟ ସହ ୬୨ ଜଣ ଯବାନ ନିୟୋଜିତ ହୋଇଛନ୍ତି । ବନ୍ୟା ବିପନ୍ନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯିବା ପାଇଁ ପ୍ରଶାସନ ଜାଗ୍ରତ ଥିବା କହିଛନ୍ତିସ ଉପଜିଲ୍ଲାପାଳ ତରଣୀ ସୁନା ସୂଚନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.