Below header

ନଦୀରେ ପହଁରିବାର ମଜା ନେଉଥିଲେ ଫୁଟବଲ ଖେଳାଳୀ, ଖାଇଗଲା କୁମ୍ଭୀର

ଜଣେ ୨୯ ବର୍ଷ ବୟସ୍କ ଫୁଟବଲ ଖେଳାଳୀ ରିଓ କାନସ ନଦୀରେ ପହଁରୁଥିବାବେଳେ କୁମ୍ଭୀର ତାଙ୍କୁ ଖାଇଯାଇଥିଲା ।

ମୃତ୍ୟୁ କେତେବେଳେ କେମିତି ଆସେ,ତାହା କହିବା ମୁସ୍କିଲ । ନଦୀରେ ଥଣ୍ଡା ପାଣିର ମଜା ନେଉଥିବା ଜଣେ ଫୁଟବଲ ଖେଳାଳୀଙ୍କୁ ଖାଇ ଯାଇଛି କୁମ୍ଭୀର । ଏମିତି ଅଭାବନୀୟ ଘଟଣା ଘଟିଛି ଆମେରିକାର କୋଷ୍ଟରିକାରେ । ଜଣେ ୨୯ ବର୍ଷ ବୟସ୍କ ଫୁଟବଲ ଖେଳାଳୀ ଜେସସ ଆଲବର୍ଟ ଲୋପେଜ ଓରିଜ କୋଷ୍ଟରିକାର ରିଓ କାନସ ନଦୀରେ ପହଁରୁଥିବାବେଳେ କୁମ୍ଭୀର ତାଙ୍କୁ ଖାଇଯାଇଥିଲା ।

ବହୁ ସମୟ ଧରି କାନସଙ୍କୁ ନଦୀରେ ନ ଦେଖିବାରୁ ଖୋଜା ଯାଇଥିଲା । ତେବେ ନଦୀରେ ଭାସୁଥିବା ଏକ କୁମ୍ଭୀର ତା’ର ପାଟିରେ କାନସଙ୍କୁ ଧରିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନେ କୁମ୍ଭୀରଟିକୁ ଗୁଳି କରି ମାରିଦେବା ପରେ କାନସଙ୍କ ମୃତଦେହ କୂଳକୁ ଆଣିଥିଲେ । କାନସ ତାଙ୍କ ପଛରେ ପତ୍ନୀ ଓ ୩ ଓ ୮ ବର୍ଷର ଦୁଇଟି ସନ୍ତାନ ଛାଡିଯାଇଛନ୍ତି ।

କାନସଙ୍କ ପରିବ ାରଙ୍କୁ ସହଯୋଗ ପାଇଁ ସାଧାରଣ ଜନତା କିଛି ଅର୍ଥ ସଂଗ୍ରହ କରି ଦେଇଥିବା ବେଳେ ଦଳ ମ୍ୟାନେଜର ମଧ୍ୟ ସର୍ବସାଧାରଣଙ୍କ ଠାରୁ ପାଣ୍ଡି ସଂଗ୍ରହ ବ୍ୟବସ୍ଥା କରିଥିବା ଜଣାଯାଇଛି । ସୋସିଆଲ ମିଡିଆରେ ଦୁର୍ଘଟଣା ସମୟର ଭିଡିଓ ଭାଇରାଲ ହୋଇଥିବା ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.