ଯନ୍ତ୍ରଣା ଦେଉଛି ଜାଇକା, ତୁରନ୍ତ ଶେଷ କରିବା ପ୍ରାର୍ଥନା କରି ହାଇକୋର୍ଟରେ ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା

ଜାଇକା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଅଦାଲତଙ୍କ ଦ୍ଵାରା ସମୟ ନିର୍ଦ୍ଧାରଣ ସହ ଏଥି ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ପାର୍ଥନା କରି ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି।

କଟକ(କେନ୍ୟୁଜ୍): କଟକ ସହରରେ ଚାଲିଥିବା ଜାଇକା କାମ ତୁରନ୍ତ ଶେଷ କରିବା ପ୍ରାର୍ଥନା କରି ହାଇକୋର୍ଟରେ ରୁଜ୍ଜୁ ହୋଇଛି ଜନସ୍ୱାର୍ଥ ମାମଲା । ଜାଇକା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଅଦାଲତଙ୍କ ଦ୍ଵାରା ସମୟ ନିର୍ଦ୍ଧାରଣ ସହ ଏଥି ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ପାର୍ଥନା କରି ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି। ଏହି ମାମଲାରେ ନଗର ଉନ୍ନୟନ ସଚିବ, ସାଧାରଣ ପ୍ରଶାସନ ସଚିବ,ଜାଇକା କତୃପକ୍ଷ,କଟକ ଜିଲ୍ଲାପାଳ ଏବଂ ସି ଏମ ସି କମିଶନର ପକ୍ଷଭୁକ୍ତ କରାଯାଇଛି।

ଚଳିତବର୍ଷ ଜାଇକା ପ୍ରକଳ୍ପ ଯୋଗୁଁ କଟକରେ ୪ ଜଣଙ୍କର ଜୀବନ ଗଲାଣି। କେତେବେଳେ ଶ୍ରମିକ ମାନଙ୍କର ମୃତ୍ୟୁ ଘଟିଲାଣି ତ ଆଉ କେତେ ବେଳେ ସାଧାରଣ ଲୋକଙ୍କର ଜୀବନ ଚାଲି ଯାଉଛି। ବିଶେଷକରି ଜାଇକା ପ୍ରକଳ୍ପର ମାନମୁଖୀ କାର୍ଯ୍ୟ ତଥା ତ୍ରୁଟି ଯୋଗୁଁ ନିରୀହ ଲୋକଙ୍କର ଜୀବନ ଅକାରଣରେ ଚାଲି ଯାଉଛି ବୋଲି ଆବେଦନରେ ଦର୍ଶାଯାଇଛି। ୨୦୧୨ ମସିହାରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୧୬ ମସିହାରେ ଶେଷ ହେବ ବୋଲି ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହାର ସମୟ ସୀମାକୁ ବାରମ୍ବାର ବୃଦ୍ଧି କରାଯାଉଛି। ଏନେଇ ହାଇକୋର୍ଟରେ ପୂର୍ବରୁ ଏକ ମାମଲା ରୁଜୁ ହୋଇଥିଲା ବେଳେ ଜାଇକା ପ୍ରକଳ୍ପର ନିର୍ଦ୍ଦେଶକ ସତ୍ୟପାଠ ଦେଇ କହିଥିଲେ ଯେ ୨୦୨୧ ଶେଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ। ମାତ୍ର ଏଯାବତ ଏହି ପ୍ରକଳ୍ପ ଶେଷ ହୋଇନାହିଁ। ହିନ୍ଦୁ ସେନା ପକ୍ଷରୁ ଏହି ମାମଲା ଦାୟର ହୋଇଥିବା ବେଳେ ଆଇନଜୀବୀ ପଦ୍ମାଳୟା ମହାପାତ୍ର ମକଦ୍ଦମା ପରିଚାଳନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.