ବଙ୍ଗଳାଦେଶ ପୂର୍ବ କ୍ୟାପ୍‌ଟେନ୍‌ ମଶରଫେ ମୁର୍ତଜା ହେଲେ କରୋନା ପଜେଟିଭ୍‌

୨୦୧୯ ବିଶ୍ୱକପ୍‌ ସମୟରେ ବଙ୍ଗଳାଦେଶ ଦଳର କ୍ୟାପ୍‌ଟେନ୍‌ ଥିବା ମଶରଫେ ମୁର୍ତଜାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ମୁର୍ତଜାଙ୍କ ସାନ ଭାଇ ଏହା ଘୋଷଣା କରିଛନ୍ତି । ମୁର୍ତଜା ଏବେ ତାଙ୍କ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ।

କିଛି ଦିନ ଧରି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ଟେଷ୍ଟ ରିପୋର୍ଟ ତାଙ୍କର ପଜେଟିଭ୍‌ ଆସିଥିବା ଜଣାଯାଇଛି । ବଙ୍ଗଳାଦେଶର ସବୁଠୁ ସଫଳ ଖେଳାଳୀ ଭାବେ ତାଙ୍କର ନାମ ରହିଛି ।

masharef-1

୨୦୧୮ରେ ବଙ୍ଗଳାଦେଶର ସାଧାରଣ ନିର୍ବାଚନରେ ନରେଲ-୨ ସିଟ୍‌ ରୁ ସେ ୯୬ ପ୍ରତିଶତ ଭୋଟ୍‌ ପାଇ ଏକତରଫା ବିଜୟ ହାସଲ କରିଥିଲେ । କରୋନା ଭାଇରସ୍‌ କାରଣରୁ ଗତ ମାର୍ଚ୍ଚରୁ କ୍ରିକେଟ୍‌ କାର୍ଯ୍ୟକ୍ରମ ବନ୍ଦ ରହିଛି ।

ହେଲେ ମୁର୍ତଜା ଏଥି ପୂର୍ବରୁ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲେ । ମୁର୍ତଜା ତାଙ୍କର କାରିଅର ଭିତରେ ୩୬ ଟେଷ୍ଟ, ୨୨୦ ଓ୍ଵାନ୍‌ ଡେ ଏବଂ ୫୪ ଟି –୨୦ ଖେଳିଛନ୍ତି । ବଙ୍ଗଳାଦେଶ କ୍ରିକେଟ ଖେଳାଳୀଙ୍କ ମଧ୍ୟରୁ ମୁର୍ତଜା ୩ୟ ଖେଳାଳୀ ଯେ କି କରୋନା ପଜେଟିଭ ଭାବେ ଜଣାପଡ଼ିଛନ୍ତି । ଏଥି ପୂର୍ବରୁ କ୍ରିକେଟର ନଫିସ୍‌ ଇକ୍‌ବାଲ୍‌ ମଧ୍ୟ କରୋନା ପଜେଟିଭ ଥିବା ଜଣା ପଡ଼ିଥିଲା ।

Leave A Reply

Your email address will not be published.