Below header

ଟ୍ୟାପରୁ ପାଣି ନେବାକୁ କେନ୍ଦ୍ର କରି ୨  ପରିବାର ମଧ୍ୟ୍ୟରେ ଗଣ୍ଡଗୋଳ, ଚୁଟି ଟଣାଟଣିରୁ ୪ ମହିଳା ଆହତ

ଖୋର୍ଦ୍ଧା,ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚିଲିକା ବ୍ଲକ୍  ମାଟିଆପଡା ଗାଁ ଦାଣ୍ଡରେ ଥିବା ପାଣି ଟ୍ୟାପରୁ ପାଣି  ନେବା ବେଳେ ୨ ପରିବାର ମଧ୍ୟ୍ୟରେ ଗଣ୍ଡଗୋଳ । ସାମାନ୍ୟ ବଚସା କୁ ନେଇ ଲଙ୍କାକଣ୍ଡ ।  ଗାଁ ଦାଣ୍ଡରେ ମହିଳାକୁ ମାଡ଼ମାରିଥିବା ନେଇ ଟାଙ୍ଗୀ ଥାନାରେ ଅଭିଯୋଗ ହୋଇଛି।  ଆହତ ମହିଳାଙ୍କୁ  ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଭର୍ତ୍ତି କରାଯାଇଛି  ।

ମାଟିଆପଡା ଗାଁର ମମତା କାଳସି ଗାଁ ସରକାରୀ ଟ୍ୟାପରୁ ପାଣି ନେଉଥିବା ବେଳେ ସେହି ଗାଁର ସଂଜୟ କାଳସୀଙ୍କ ମଧ୍ୟ୍ୟରେ  କଥା କଟା କଟି ହୋଇଥିଲା  । ଏହା ପରେ ସଞ୍ଜୟ କାଳସିଙ୍କ   ପରିବାରର ସଦସ୍ୟମାନେ  ମମତା କାଳସୀଙ୍କୁ  ଗାଁ ଦାଣ୍ଡରେ ମାଡ଼ ମାରୁଥିବାର  ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ କୁ ଭାଇରଲ ହୋଇଛି ।ଏନେଇ ଟାଙ୍ଗୀ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।ଏହି ଘଟଣାରେ ୫ ରୁ ଅଧୀକ ବ୍ୟକ୍ତି ଅଟକ ଥିବା ଜଣା ପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.