Below header

ବିନା ଆରଏନଆଇ ରେ ଖବରକାଗଜ ବା ଚ୍ୟାନେଲ ଚଲାଉଥିବା ବ୍ୟକ୍ତିଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଏମିତି କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

ନୂଆଦିଲ୍ଲୀ : ନକଲି ସାମ୍ବାଦିକ ଓ ନକଲି ଚ୍ୟାନେଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ସରକାର । ଏଥିପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ଭାରତ ସୂଚନା ପ୍ରସାରଣ ମନ୍ତ୍ରାଳୟ । ଯେଉଁମାନେ ବିନା ଆରଏନଆଇ ନମ୍ବରରେ ଖବରକାଗଜ ବା ଚ୍ୟାନେଲ ଚଲାଉଛନ୍ତି, ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭିଡିଓ କନଫରେନ୍ସିଂ ଜରିଆରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ ଦେଶରେ ଯେତେ ଲୋକ ପ୍ରେସ ଆଇଡି କାର୍ଡ ପକାଇ ବୁଲୁଛନ୍ତି କିମ୍ବା ନକଲି ଚ୍ୟାନେଲ ଚଲାଉଛନ୍ତି ସେମାନଙ୍କର ତତ୍କାଳ ଯାଞ୍ଚ କରାଯିବ । ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଗିରଫ କରାଯିବ ।

କିଛି ଦୋଷୀ ଲୋକଙ୍କ ପାଇଁ ଭଲ ଭାବମୂର୍ତ୍ତି ସମ୍ପନ୍ନ ସାମ୍ବାଦିକଙ୍କ ଛବି ଖରାପ ହେଉଛି ଓ ସେମାନଙ୍କ କାର୍ଯ୍ୟଧାରାରେ ବାଧା ସୃଷ୍ଟି ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ପୁରା ଦେଶରେ ଟଙ୍କା ବଦଳରେ ନକଲି ପ୍ରେସ ଆଇଡି କାର୍ଡ ଦେବା ସହ ନକଲି ସାମ୍ବାଦିକ ନିଯୁକ୍ତି କରିବା ଧନ୍ଦା ଚାଲୁରହିଛି । ତେଣୁ ଏହା ଉପରେ ଅଙ୍କୁଶ ଲଗାଇବା ଜରୁରୀ ହୋଇପଡିଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ରାଜ୍ୟର ପ୍ରେସ ସୂଚନା ମନ୍ତାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଗକୁ ଯେଉଁ ଖବରକାଗଜ/ପତ୍ରିକା ଭାରତ ସରକାରଙ୍କ ଆରଏନଆଇ ଦ୍ୱାରା ରେଜିଷ୍ଟ୍ରେସନ ହୋଇଥିବ କିମ୍ବା ଯେଉଁ ଟିଭି/ରେଡିଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ରେଜିଷ୍ଟ୍ରେଡ ହୋଇଥିବ । ସେହି ଖବରକାଗଜ ହିଁ କେବଳ ସମ୍ବାଦଦାତାଙ୍କୁ ନିଯୁକ୍ତି ଦେଇପାରିବେ ଓ ତାହାର ସମ୍ପାଦକ ହିଁ ପ୍ରେସ ଆଇଡି କାର୍ଡ ଦେଇ ପାରିବେ ।

ତେବେ ଇଣ୍ଟରନେଟ ଦ୍ୱାରା ଚାଲୁଥିବା ନ୍ୟୁଜ ପୋର୍ଟାଲର ରେଜିଷ୍ଟ୍ରେସନ ପ୍ରାବଧାନ, ସୂଚନା ପ୍ରସାରଣ ମନ୍ତ୍ରଣାଳୟର ନାହିଁ ଏବଂ କୌଣସି ନ୍ୟୁଜ ପୋର୍ଟାଲ ଏବଂ କେବଳ (ଡିସ)ଟିଭି ମାଧ୍ୟମରେ ଚାଲୁଥିବା ସମାଚାର କୌଣସି ପ୍ରକାର ସାମ୍ବାଦିକଙ୍କୁ ନିଯୁକ୍ତି ଦେଇ ପାରିବେ ନାହିଁ । କିମ୍ବା ପ୍ରେସ ଆଇଡି ଜାରି କରିପାରିବେ ନାହିଁ । ଯଦି କେହି ଏପରି କରୁଛି ତ ତାହା ଅବୈଧ ଓ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସୁନିଶ୍ଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.