କାଉଣ୍ଟରରୁ କିଣିବା ପରେ ହଜିଯାଇଛି କି ଟ୍ରେନ ଟିକେଟ? ତେବେ ଏହି ଉପାୟରେ କରିପାରିବେ ଯାତ୍ରା..

ରେଳ ବିଭାଗର ଏହି ନିୟମକୁ ଜାଣି ନିଅନ୍ତୁ। ଯଦି ଆପଣ କାଉଣ୍ଟରରୁ ଟିକେଟ କିଣୁଛନ୍ତି ଆଉ ସେ ଟିକେଟ ହଜିଯାଉଛି କିମ୍ବା ତାକୁ ଘରେ ଛାଡ଼ି ଦେଇଛନ୍ତି ତେବେ ଏମିତିରେ ରେଳ ବିଭାଗ ଆପଣଙ୍କୁ ଯାତ୍ରା କରିବାକୁ ଦେବ ନାହିଁ। ତେବେ ଯଦି ସେହି ଟିକେଟର ଫଟୋ ଅଛି ତେବେ ବି କଣ ଟିଟିଇ ଆପଣଙ୍କ ଟିକେଟକୁ ମାନ୍ୟ କରିବ କି?

ଯଦି ଆପଣ ରେଳ ବିଭାଗର ଟିକେଟ କାଉଣ୍ଟରରୁ ଟିକେଟ କିଣୁଛନ୍ତି । କିନ୍ତୁ ଭୁଲରେ ଆପଣଙ୍କ ଟିକେଟ ଘରେ ରହିଯାଉଛି ଅବା ହଜିଯାଉଛି। ତେବେ ଆପଣଙ୍କ ଫୋନରେ ରେଳ ବିଭାଗର ଏକ ମେସେଜ ଥିବ। ଯେଉଁଥିରେ ଟିକେଟ ବୁକିଂ ର ପୁରା ତଥ୍ୟ ରହିଥିବ। ତେବେ ବି ଯଦି ରେଳରେ ଯାତ୍ରା କରିବା ପାଇଁ ଆପଣଙ୍କର ସମସ୍ୟା ହେଉଛି ତେବେ କଣ କରିବେ ଆଜି ଆମେ ଆପଣଙ୍କୁ କହିବୁ। ରେଳ ବିଭାଗର ଏହି ନିୟମ ଖୁବ ଜରୁରୀ ହୋଇଥାଏ।

ଯଦି ଆପଣଙ୍କ ପାଖେ ମୋବାଇଲ ଫୋନରେ ସିଟ ଓ ବାର୍ଥ ନମ୍ବର ମେସେଜ ଅଛି। ଯେଉଁଥିରେ ଟିକେଟ କନଫର୍ମ ମଧ୍ୟ ରହିଛି। ଏହାକୁ ରେଲେଓ୍ଵ ଭାଲିଡ ଟିକେଟ ମନାଯିବ। କିନ୍ତୁ ଏଥିରେ କିଛି ସର୍ତ୍ତକୁ ଆଡ୍‌ କରାଯାଇଛି। ରେଲେଓ୍ଵ ମୁତାବିକ ମେସେଜ ମଧ୍ୟ ସେହି ଯାତ୍ରୀ ମାନଙ୍କ ପାଇଁ ବୈଧ ରହିବ ଯେଉଁମାନେ ଆଇଆରସିଟିସି ଦ୍ୱାରା ଟିକେଟ ବୁକ କରି ଥିବେ। ଯେଉଁମାନେ ଟିକେଟ କାଉଣ୍ଟରରୁ କିଣିଛନ୍ତି ସେମାନଙ୍କର ମେସେଜ ଭାଲିଡ ଧରାଯିବ ନାହିଁ।

ଯଦି ଆପଣ କାଉଣ୍ଟରରୁ ଟିକେଟ ନେଉଛନ୍ତି ଆଉ ଟିକେଟ ଆପଣଙ୍କ ପାଖରେ ନାହିଁ। ତେବେ ଏଠାରେ ଆପଣଙ୍କୁ କିଛି ସର୍ତ୍ତକୁ ମାନିବାକୁ ହେବ। ଏହାପରେ ହିଁ ଯାତ୍ରୀଙ୍କୁ ଅନୁମତି ମିଳିବ। ପ୍ରଥମେ ତ ଯାତ୍ରୀଙ୍କୁ ଟିଟିଇ ଙ୍କ ସାମ୍ନାରେ ପ୍ରୁଭ କରିବାକୁ ହେବ କି ସେ ହିଁ ଉକ୍ତ ଯାତ୍ରୀ ଯାହାଙ୍କ ନାମରେ ଟିକେଟ ଜେନେରେଟ ହୋଇଛି। କିନ୍ତୁ ଏଥିରେ ମଧ୍ୟ ଯାତ୍ରୀଙ୍କୁ ଅଧିକ ଖର୍ଚ୍ଚ କରିବାକୁ ହେବ। ଏମିତିରେ ଯାତ୍ରୀଙ୍କୁ ଟିକେଟର ଦାମ ଓ ଜରିମାନା ମଧ୍ୟ ଦେବାକୁ ହେବ। ଜାଣି ରଖନ୍ତୁ ଯେ ଯଦି ଟିକେଟ ଏୟାର କଣ୍ଡିସନ କ୍ଲାସ ପାଇଁ ହୋଇଛି ତେବେ ଏକ୍ସଟ୍ରା ଜିଏସଟି ଦେବାକୁ ପଡ଼ିବ।

ମନେ ରଖନ୍ତୁ ଯେ କାଉଣ୍ଟରରୁ କିଣିଥିବା ଟିକେଟ ପାଖରେ ରଖିବା ଜରୁରୀ ହୋଇଥାଏ। କାରଣ ଏହାର ଫଟୋ କିମ୍ବା ଏସଏମଏସ ଭାଲିଡ୍‌ ହୋଇନଥାଏ। ଏହାପଛରେ ଥିବା କାରଣ ହେଉଛି କାଉଣ୍ଟରରୁ ଟିକେଟ ନେଲେ ସେ ଯେକୌଣସି ଓ୍ଵିଣ୍ଡୋକୁ ଯାଇ କ୍ୟାନସଲ କରିପାରିବେ। ଏହାପରେ ସେ ରିଫଣ୍ଡ ମଧ୍ୟ ସେଠାରୁ ନେଇପାରିବେ। ଅଥବା ତାଙ୍କ ଟିକେଟରେ ଅନ୍ୟ କେହି ଯାତ୍ରା ମଧ୍ୟ କରିପାରିବେ। ଯଦି ଆପଣଙ୍କ ପାଖେ ଇ-ଟିକେଟ ରହିଛି ତେବେ ଆପଣ ଟିଟିଇ କୁ କେବଳ ମେସେଜ କିମ୍ବା ସ୍କ୍ରିନ ସର୍ଟ ଦେଖାଇପାରିବେ। କିଛି ବର୍ଷ ପୂର୍ବେ ରେଲେଓ୍ଵ ଏଥିପାଇର୍ ପ୍ରିଣ୍ଟ ଆଉଟ ମାଗୁଥିଲା। ତେବେ ଖାସ କରି କୋଲକାତାରେ ଏହି ନିୟମକୁ ବେଶି ଧ୍ୟାନ ଦିଆଯାଇଥିଲା। ମମତା ବାନାର୍ଜୀ ରେଳ ମନ୍ତ୍ରୀ ଥିବା ସମୟରେ ୨୦୧୨ରେ ଏହି ପ୍ରିଣ୍ଟ ଆଉଟ ବ୍ୟବସ୍ଥାକୁ ବାଧ୍ୟତାମୂଳକରୁ ହଟାଇଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.