ଆମେରିକାରେ ଲୋକଙ୍କ ଉପରକୁ ଅନ୍ଧାଧୁନ ଗୁଳିମାଡ଼ କଲା ଦୁର୍ବୃତ୍ତ, ଘଟଣାସ୍ଥଳରେ ଗଲା ୬ ଜୀବନ

ଆମେରିକାର ଡିଟ୍ରଏଟ୍‌ ଓ ହଷ୍ଟନ୍‌ରେ ଦୁଇଟି ପୃଥକ୍‌ ପୃଥକ୍‌ ସ୍ଥାନରେ ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଡିଟ୍ରଏଟ୍‌ ସହରରେ ୪ଜଣଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରାଯାଇଥିବା ବେଳେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହା ସହ ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ ଆମେରିକୀୟ ନଗରୀ ଡିଟ୍ରେଏଟ୍‌ରୁ ପୋଲିସ ଖୋଜୁଥିବା ନେଇ ଜଣାଯାଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳାଥିବା ବେଳେ ଜଣେ ପୁରୁଷ ରହିଛନ୍ତି।

ରବିବାର ସକାଳେ ସହରର ବିଭିନ୍ନ ପ୍ରାନ୍ତରେ ଲୋକଙ୍କ ଉପରକୁ ଏକାଧିକ ଥର ଗୁଳିମାଡ଼ ହୋଇଥିଲା। ନିହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଆଉ ଜଣେ ତାଙ୍କ କୁକୁରକୁ ବୁଲାଉଥିଲେ, ତୃତୀୟ ବ୍ୟକ୍ତି ରାସ୍ତାରେ ବୁଲୁଥିଲେ ଏବଂ ଚତୁର୍ଥ ବ୍ୟକ୍ତି ଗୁଳି ଚଳାଉଥିବା ସନ୍ଦିଗ୍ଧକୁ ଗୁଳି ଚାଳନା ବନ୍ଦ କରିବାକୁ କହି ଗୁଳିମାଡ଼ର ଶିକାର ହୋଇଥିଲେ। ସନ୍ଦିଗ୍ଧକୁ ଚିହ୍ନଟ କରିବାପାଇଁ ପୋଲିସ ସହରର ବିଭିନ୍ନ ସ୍ଥାନରେ ଫଟୋ ଲଗାଇଛି।

ସେହିପରି ହଷ୍ଟନ୍‌ ଟୋକ୍ସାନ୍‌ ନଗରୀରେ ମଧ୍ୟ ଜଣେ ବ୍ୟକ୍ତି ୩ ଜଣଙ୍କୁ ଗୁଳିକରି ହତ୍ୟା କରିଛି। ଦୁର୍ବୃତ୍ତ ପ୍ରଥମେ ଲୋକଙ୍କ ଘରେ ନିଆଁ ଲଗାଇ ଦେଇଥିଲା ଓ ଲୋକେ ଘରୁ ବାହାରି ଆସିବାକୁ ଅପେକ୍ଷା କରିଥିଲା। ଲୋକେ ପଦାକୁ ଆସିବାପରେ ଦୁର୍ବୃତ୍ତ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲା। ଖବରପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଦୁର୍ବୃତ୍ତକୁ ଗୁଳିକରି ହତ୍ୟା କରିଛି।

Also Read: ଯମୁନାରେ ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଅଘଟଣ, ପାଣିରେ ବୁଡ଼ି ଯାଇ ୫ ମୃତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.