Below header

ରାଇଡ୍‌ କ୍ୟାନ୍ସଲ କରିବା ମହିଳାଙ୍କୁ ପଡିଲା ମହଙ୍ଗା, କ୍ୟାବ ଡ୍ରାଇଭର ନେଲା ଜଘନ୍ୟ ବଦଲା

କ୍ୟାବ୍‌ ଡ୍ରାଇଭର ନେଲା ରାଇଡ୍‌ କ୍ୟାନ୍ସଲ ର ବଦଲା…ଯାହା କେବେ କେହି କଳ୍ପନା ବି କରିନଥିବେ..ମହିଳା ଜମା ବି ଭାବିନଥିଲେ ଯେ ତାଙ୍କ ସହ ଏମିତି ହେବ ବୋଲି…ରାଇଡ୍‌ କ୍ୟାନ୍ସଲ କରିବା ମହଙ୍ଗା ପଡିଗଲା ମହିଳାଙ୍କୁ…ଆଉ ପ୍ରତିଶୋଧର ନିଆଁରେ ଜଘନ୍ୟ କାଣ୍ଡ ଘଟାଇଲା କ୍ୟାବ୍‌ ଡ୍ରାଇଭର…

କ୍ୟାବ୍‌ ଡ୍ରାଇଭର ନେଲା ରାଇଡ୍‌ କ୍ୟାନ୍ସଲ ର ବଦଲା…ଯାହା କେବେ କେହି କଳ୍ପନା ବି କରିନଥିବେ..ମହିଳା ଜମା ବି ଭାବିନଥିଲେ ଯେ ତାଙ୍କ ସହ ଏମିତି ହେବ ବୋଲି…ରାଇଡ୍‌ କ୍ୟାନ୍ସଲ କରିବା ମହଙ୍ଗା ପଡିଗଲା ମହିଳାଙ୍କୁ…ଆଉ ପ୍ରତିଶୋଧର ନିଆଁରେ ଜଘନ୍ୟ କାଣ୍ଡ ଘଟାଇଲା କ୍ୟାବ୍‌ ଡ୍ରାଇଭର…

ମହିଳା ଆଦୌ ଜାଣିନଥିଲେ ଯେ ରାଇଡ୍‌ କ୍ୟାନ୍ସଲ କରିବା ପରେ ତାଙ୍କ ଜୀବନ ଏମିତି ନର୍କ ପାଲଟିଯିବ ବୋଲି । କ୍ୟାବ୍‌ ଡ୍ରାଇଭର ଜଣକ ଏତେ ତଳକୁ ଖସିଯିବ ତାହା କେହି କେବେ କଳ୍ପନା ବି କରିନଥିବେ । ଚମକାଇଲା ଭଳି ଖବର ଆସିଲା ସାମ୍ନାକୁ । ଜଣେ ମହିଳାଙ୍କ ସହିତ କ୍ୟାବ ଡ୍ରାଇଭର କରିଦେଲେ ଜଘନ୍ୟ କାଣ୍ଡ । ଏସବୁ କିଛି ଖେଳ ଆରମ୍ଭ ହେଲା କ୍ୟାବ୍‌ କ୍ୟାନ୍ସଲ କରିବା ଦ୍ୱାରା ।

ବେଙ୍ଗାଲୁରୁର ଜଣେ ୩୨ ବର୍ଷିୟ ମହିଳା କେବେ ବି ଭାବିନଥିଲେ ଯେ ତାଙ୍କ ସହ ଏମିତି କିଛି ହୋଇଯିବ ବୋଲି । ରାଇଡ କ୍ୟାନ୍ସଲ କରିବା ପରେ ତାଙ୍କୁ ଏମିତି କିଛିକୁ ସାମ୍ନା କରିବାକୁ ପଡିବ ବୋଲି ସେ ସ୍ୱପ୍ନରେ ବି ଭାବିନଥିଲେ । ମହିଳା ରାଇଡ୍‌ କ୍ୟାନ୍ସଲ କରିବା କାରଣରୁ କ୍ୟାବ୍‌ ଡ୍ରାଇଭର ପଠାଇଲା ଅଶ୍ଳୀଳ ଫଟୋ ଓ ଭିଡିଓ ।

ଜଣେ ମହିଳା ଟ୍ୟାକ୍ସି ପାଇଁ କରିଥିବା ବୁକିଂ କ୍ୟାନସଲ କରିବାରୁ ଟ୍ୟାକ୍ସି ଡ୍ରାଇଭରଙ୍କ ଠାରୁ ଅଶ୍ଳୀଳ ଫଟୋ ଓ ଭିଡିଓ ପାଇଥିବା ଅଭିଯୋଗ କରିଛନ୍ତି । ଘଟଣାଟି ଘଟିଛି ବାଙ୍ଗାଲୋର ସହରରେ । ଏହି ୩୨ ବର୍ଷ ବୟସ୍କ ମହିଳା ଜଣକ ନିଜ କୁନି ଝିଅକୁ ସ୍କୁଲରୁ ଆଣିବା ପାଇଁ ଏକ ଟ୍ୟାକ୍ସି ବୁକିଂ କରିଥିଲେ ।

ହେଲେ ଟ୍ୟାକ୍ସି ପାଇଁ ପ୍ରାୟ ୧୦ ମିନିଟ୍‌ ଅପେକ୍ଷା କରିବା ପରେ ଟ୍ୟାକ୍ସି ଆସିନଥିଲା । ମହିଳାଙ୍କ ସହିତ ଥିବା ୯ ମାସର ଝିଅ ବାରମ୍ବାର କାନ୍ଦିବାରୁ ମହିଳା ଜଣକ ବାଧ୍ୟ ହୋଇ ବୁକିଂ କ୍ୟାନସଲ କରି ଏକ ଅଟୋ ଭଡାରେ ନେଇ ଚାଲିଯାଇଥିଲେ । ଏଥିପାଇଁ କ୍ୟାନସଲ ଫି ବାବଦକୁ ୬୦ ଟଙ୍କା ପେମେଣ୍ଟ ମଧ୍ୟ କରିଥିଲେ ।

ହେଲେ ଟ୍ୟାକ୍ସି ଡ୍ରାଇଭର ଜଣକ ଏଥିରେ କ୍ରୋଧାନ୍ଵିତ୍ୱ ହୋଇ ମହିଳାଙ୍କ ବୁକିଂ ନମ୍ବର ବାହାର କରି ହ୍ଵାଟ୍ସଆପରେ ଅଶ୍ଳୀଳ ଫଟୋ ଓ ଭିଡିଓ ପଠାଇଥିଲେ । ଖାଲି ସେତିକି ନୁହେଁ ମହିଳାଙ୍କୁ ବାରମ୍ବାର କଲ୍‌ କରି ମେସେଜ ଦେଖିବାକୁ କହିଥିଲେ ।

ମହିଳା ଜଣକ ଏହି ଘଟଣାରେ କାନ୍ଦି ପକାଇଥିଲେ । ସେହି ସମୟରେ ପାଖରେ ଥିବା ତାଙ୍କ ପଡୋଶୀ ମହିଳାଙ୍କ ଫୋନ ଚେକ୍‌ କରିବା ପରେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ କେସ ଦାୟର କରି ଅଭିଯୁକ୍ତ ଟ୍ୟାକ୍ସି ଡ୍ରାଇଭରକୁ ଗିରଫ କରିଛି ।

ମହିଳା ଜଣଙ୍କ ପ୍ରଶ୍ନ କରିଛନ୍ତି ଯେ ରାଇଡ୍‌ କ୍ୟାନ୍ସଲ କରିବା ପରେ ଚାଳକ ତାଙ୍କ ନମ୍ବର କେମିିତି ପାଇପାରିଲା । ପୋଲିସ ଏଗ୍ରିଗେଟର କୁ ଚାଳକଙ୍କ ବିବରଣୀ ମାଗିଛି । ଡ୍ରାଇଭର ବିରୁଦ୍ଧରେ ଆଇପିସି ଧାରା ୩୫୪ ଏବଂ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.