ବିଶ୍ୱକପ୍ : ମାର୍ଶଙ୍କ ଅପରାଜିତ ୧୭୭, ବାଂଲାଦେଶକୁ ୮ ଓ୍ଵିକେଟ୍ରେ ହରାଇଲା ଅଷ୍ଟ୍ରେଲିଆ
ମିଚେଲ ମାର୍ଶଙ୍କ ଅପରାଜିତ ଶତକ ବଳରେ ସହଜରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ ।
ପୁଣେ : ବିଶ୍ୱକପ୍ର ଆଜି ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ୮ ଓ୍ଵିକେଟ୍ ହରାଇଛି ଅଷ୍ଟ୍ରେଲିଆ । ମିଚେଲ ମାର୍ଶଙ୍କ ଅପରାଜିତ ଶତକ ବଳରେ ସହଜରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ଏହି ବିଜୟ ସହ କଙ୍ଗାରୁ ଦଳ ୯ଟି ମ୍ୟାଚ୍ରୁ ୧୪ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ସମାନ ୧୪ ପଏଣ୍ଟ ସହ ପୂର୍ବ ଭଳି ଦ୍ୱିତୀୟ ସ୍ଥାନରେ ଅଛି । ରନ୍ ହାରେରେ ଆଗରେ ରହିଛି ଦକ୍ଷିଣଆଫ୍ରିକା ।
ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୮ ଓ୍ଵିକେଟ୍ରେ ୩୦୬ ରନ୍ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ୪୪.୪ ଓଭରରେ ୨ ଓ୍ଵିକେଟ୍ ହରାଇ ଆବଶ୍ୟକ ୩୦୭ ରନ୍ ସଂଗ୍ରହ କରି ନେଇଛି । ମିଚେଲ ମାର୍ଶ ୧୩୨ ବଲ ଖେଳି ଅପରାଜିତ ୧୭୭ ରନକ କରିଛନ୍ତି । ତାଙ୍କ ଇନିଂସରେ ୧୭ଟି ଚୌକା ଓ ୯ଟି ଛକା ରହିଛି । ଦଳ ପକ୍ଷରୁ ଡେଭିଡ୍ ଓ୍ଵାର୍ଣ୍ଣର ୫୩ ଏବଂ ଷ୍ଟିଭ ସ୍ମିଥ୍ ଅପରାଜିତ ୬୩ ରନ୍ କରିଛନ୍ତି ।