ବିହାର ବନ୍ୟା, ତିନି ଦିନ ଧରି ନିଜ ଘରେ ଫସିରହିଥିବା ଡେପୁଟି ସିଏମ ସୁଶୀଲ ମୋଦିଙ୍କୁ ଶେଷରେ ଉଦ୍ଧାର କଲେ NDRF

ବିହାରର ରାଜଧାନୀ ପାଟନାରେ ଭାରି ବର୍ଷା କାରଣରୁ ତିନି ଦିନ ଧରି ନିଜ ଘରେ ଫସିରହିଥିବା ସୁଶୀଲ ମୋଦିଙ୍କୁ ଶେଷରେ ଉଦ୍ଧାର କରାଯାଇଛି । ଏନଡିଆରଏଫ ଟିମ ବନ୍ୟା ପାଣିରେ ପଶି ଶେଷରେ ତାଙ୍କୁ ନିଜ ପୈତୃକ ଘରୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ଗତ ଚାରିଦିନ ଧରି ବିହାରରେ ମୁସଳଧାରାରେ ବର୍ଷା ଜାରି ରହିଛି ଓ ରାଜଧାନୀ ପାଟନାରେ ରାସ୍ତାରେ ଅନେକ ଫୁଟ ପର୍ଯ୍ୟନ୍ତ ପାଣି ମଧ୍ୟ ଜମି ଯାଇଥିଲା । ଏହି ବର୍ଷା କାରଣରୁ କେବଳ ସାଧାରଣ ଲୋକ ନୁହେଁ ବରଂ ବଡ ବଡ ଲୋକମାନେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୂଚନା ଅନୁଯାୟୀ ରାଜ୍ୟର ଡେପୁଟି ସିଏମ ସୁଶୀଲ ମୋଦିଙ୍କ ଘରେ ପାଣି ପଶି ତାଙ୍କର ଗ୍ରାଉଣ୍ଡ ଫ୍ଲୋର ସମ୍ପୂର୍ଣ ଭାବେ ବୁଡି ଯାଇଥିଲା ଏବଂ ସେ ରାଜେନ୍ଦ୍ର ନଗର ସ୍ଥିତ ନିଜ ବାସ ଭାବନାରେ ଫସି ଯାଇଥିଲେ ।

Image result for bihar flood in patna

 

ଡେପୁଟି ସିଏମଙ୍କ ପକ୍ଷରୁ ଏହି ବିଷୟରେ କୌଣସି ସୂଚନା ମଧ୍ୟ ମିଳିନଥିଲା । କୁହାଯାଉଛି ଯେ ଏବେ ମଧ୍ୟ ପାଣିପାଗ ବିଭାଗ ରାଜ୍ୟରେ ପ୍ରବଳ ବର୍ଷାକୁ ନେଇ ଚେତାବନୀ ଦେଇଛନ୍ତି ଓ ବିହାରରେ ବର୍ତ୍ତମାନ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରା ଯାଇଛି । ଏହି ଋତୁରେ ତୃତୀୟ ଥର ବନ୍ୟା କାରଣରୁ ବର୍ତ୍ତମାନ ରାଜ୍ୟର ସ୍ଥିତି ଗମ୍ଭୀର ହୋଇ ପଡିଛି ଏବଂ ଲକ୍ଷ ଲକ୍ଷ ଲୋକ ବେଘର ହୋଇପଡିଛନ୍ତି ।

ବର୍ତ୍ତମାନ ପାଟନାର ଅଧିକାଂଶ ଅଂଚଳ ଜଳମଗ୍ନ ହୋଇ ରହିଛି ଫଳରେ ବିରୋଧୀ ଦଳ ନୀତିଶ ସରକାରଙ୍କୁ କଡା ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବନ୍ୟା ଏକ ପ୍ରାକୃତିକ ବିପର୍ଯ୍ୟୟ ବୋଲି କହିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ଦେଇଛନ୍ତି । ମୌସମକୁ ଆଖି ଆଗରେ ରଖି ବର୍ତ୍ତମାନ ବିହାର ବନ୍ୟା ପରିସ୍ଥିତିରୁ ମୁକ୍ତି ମିଳିବା କଷ୍ଟକର ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Image result for bihar flood in patna

ରାଜ୍ୟରେ ପାଟନା ବ୍ୟତୀତ ଭାଗଲପୁର, ଗୟା, ଆରା, ଲଖିସରାୟ ସମେତ ଅନେକ ଜିଲା କ୍ଷତିଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ଏହା ପୂର୍ବରୁ କଟିହାର, ମଧେପୁରା, ସହରସା , ବେଗସୁରାୟ ଭଳି ଅନେକ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଦୋକାନ ଗୁଡିକରେ ପାଣି ପଶିଯିବା କାରଣରୁ ସାଧାରଣ ଲୋକମାନେ ବହୁତ ହନ୍ତସନ୍ତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.