Below header

ବାଇକ ସହ ଧକ୍କା ହେଲା ଟାଟା ସୁମୋ, ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ ଭିଡିଓ

ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ସରକାଘାଟ ଉପମଣ୍ଡଳ ଆଡକୁ ଆସୁଥିବା ତତାହର ଗାଁ ପାଖ ସୁପର ହାଇେଓ୍ଵରେ ଏକ ଟାଟା ସୁମୋ ଚାଳକକୁ ସାମ୍ନା ପଟୁ ଆସୁଥିବା ବାଇକ ଚାଳକ ଧକ୍କା ମାରିଲେ। ଏହି ଧକ୍କା ଏତେ ଜୋରରେ ଥିଲା ଯେ ବାଇକ ଚାଳକ ଜଣଙ୍କ ଶ୍ୱନ୍ୟରେ ଉଡି ତଳେ କଚାଡି ହୋଇ ପଡିଲେ। ତେବେ ଏହି ଘଟଣା ପରେ ଟାଟା ସୁମୋ ଗାଡି ଚାଳକ ଗାଡିକୁ ଦୃତଗତିରେ ଚଲାଇ ଫେରାର ହୋଇଯାଇଛନ୍ତି।

ଏହି ପୂରା ଘଟଣାର ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ତେବେ ସୌଭାଗ୍ୟବସତଃ ବାଇକ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଏତେ ବଡ ଦୁର୍ଘଟଣା ଘଟିବା ପରେ ସେ ନିଜେ ଛିଡା ହେବାକୁ ଚେଷ୍ଟା କରୁଥିଲେ। ସେଠାରେ ଥିବା ଲୋକମାନେ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ସ୍ଥାନୀୟ ପୋଲିସ ମଧ୍ୟ ପହଁଚି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛନ୍ତି। ଏହି ଭିଡିଓ ଏବେ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି।

video courtesy : news18

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.