ଟିଭି ଷ୍ଟାର ପାଳିତ କୁକୁରକୁ ପିଆଇଲେ ନିଜ ବ୍ରେଷ୍ଟ ମିଲ୍କ, ଦୁଇବର୍ଷ ଧରି ଷ୍ଟୋର କରି ରଖିଥିଲେ ଫ୍ରିଜରେ! ଜାଣନ୍ତୁ କ’ଣ କହିଲେ ଟ୍ରୋଲର୍ସ

ଆମେରିକା ରିୟାଲିଟି ଟିଭି ଷ୍ଟାର ଜିଲ ଡିଲାର୍ଡ ସୋସିଆଲ ମିଡିଆରେ ଏମିତି ଏକ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଫ୍ୟାନମାନେ ତାଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଏହି ପୋଷ୍ଟରେ ଦେଖିବାକୁ ମିଳୁଛି କି, ତାଙ୍କ ପାଳିତ କୁକୁର କ୍ଷୀର ପିଉଛି। ଏଥିରେ ଜିଲ କ୍ୟାପସନ ଲେଖିଛନ୍ତି, ‘ମୁଁ ଆଜି ନିଜ ପାଳିତ କୁକୁରକୁ ନିଜର ବ୍ରେଷ୍ଟ ମିଲ୍କ ପିଆଇଛି’।

ସେ କହିଥିଲେ କି, ନିଜ ବ୍ରେଷ୍ଟ ମିଲ୍କକୁ ବୋତଲରେ ଭର୍ତ୍ତି କରି ସେ ଗତ ଦୁଇବର୍ଷ ହେବ ଫ୍ରିଜରେ ରଖିଥିଲେ। ତାଙ୍କ ପୁଅ ଦୁଇବର୍ଷ ହେବ ବ୍ରେଷ୍ଟ ଫିଡିଂ ଛାଡ଼ି ସାରିଲାଣି। କିନ୍ତୁ ଏବେ ସେ ଯେତେବେଳେ ଫ୍ରିଜ ଖୋଲି ବୋତଲ ଦେଖିବାକୁ ପାଇଲା, ତ ତାହାକୁ ପିଇବା ପାଇଁ ଜିଦି କରିଥିଲା।

ଜିଲ କହିଥିଲେ ଯେ ତାଙ୍କ ପୁଅକୁ ଏହି କ୍ଷୀର ବିଲକୁଲ ପସନ୍ଦ ଆସି ନ ଥିଲା। ଏହାପରେ ମୁଁ ଏହି କ୍ଷୀରକୁ ନିଜ ଡଗିକୁ ଦେଇ ଦେଇଥିଲି। କ୍ଷୀର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିଲା। ତେବେ ତାଙ୍କର ଏଭଳି ପୋଷ୍ଟ ପରେ ଅନେକ ଫ୍ୟାନ ଫାଲୋଅର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। ତେବେ କିଛିଜଣ ତାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।

ଟ୍ରୋଲର୍ସଙ୍କ କହିବା ହେଲା, ଜିଲଙ୍କୁ ତାଙ୍କ କୁକୁରର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଥିଲା। ଡଗିକୁ ଏତେ ପୁରୁଣା କ୍ଷୀର ଆଦୌ ଦେବାର ନ ଥିଲା। ଯଦିଓ ଜିଲ ଏହା ଉପରେ କହିଥିଲେ କି, ଲୋକେ ଏ ନେଇ ହଙ୍ଗାମା କରିବା କୌଣସି ଆବଶ୍ୟକ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.