ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ବିଲକିସ୍ ବାନୋ ଦୋଷୀଙ୍କୁ କିପରି ମୁକ୍ତ କରାଯାଇପାରିବ ?
ବିଲକିସ୍ ବାନୋ ଦୋଷୀଙ୍କୁ କିପରି ମୁକ୍ତ କରାଯାଇପାରିବ? ଗୁଜୁରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । ଜଷ୍ଟିସ୍ ବି.ଭି ନାଗରତ୍ନ ଏବଂ ଉଜ୍ଜଳ ଭୁୟାଁଙ୍କ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି, ୨୦୦୨ ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍ ବାନୋଙ୍କୁ ବଳାତ୍କାର କରିବା ଏବଂ ତାଙ୍କ ପରିବାରକୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି, ମୁକ୍ତି ନୀତିରେ କାହିଁକି ଲାଭବାନ ହୋଇଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି।

ବିଚାରପତିମାନେ କହିଛନ୍ତି ଯେ, ବିଲକିସ୍ ବାନୋ ମାମଲାରେ ଦୋଷୀମାନଙ୍କୁ ନୀତିର ଲାଭ କାହିଁକି ଦିଆଗଲା ବୋଲି ଗୁଜରାଟ ସରକାରଙ୍କୁ ପ୍ରଶ୍ନ କରିବା ସହ କୋର୍ଟ ପରାମର୍ଶଦାତା କମିଟିର ସବିଶେଷ ତଥ୍ୟ ମାଗିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଜାଣିବାକୁ ଚାହିଁଛନ୍ତି ଯେ, ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଗଲା ।
ହେଲେ ୧୪ ବର୍ଷ ସଜା ପରେ ସେମାନେ କିପରି ମୁକ୍ତ ହେଲେ? ଅବଶିଷ୍ଟ କଏଦୀମାନଙ୍କୁ ୧୪ ବର୍ଷ ଜେଲଦଣ୍ଡ ପରେ କାହିଁକି ରିଲିଫ୍ ଦିଆଗଲା ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି? ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୪ରେ ହେବ ।