ମାହାଙ୍ଗାରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁର କାରଣ କଣ ? ସ୍କାନରରେ ଗୋକନ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅନୁପମ ରାୟ

ମାହାଙ୍ଗା(କେନ୍ୟୁଜ୍): ମାହାଙ୍ଗାରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁର କାରଣ କଣ ? ବାତ ମାରିବାରୁ ନା ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହିଛି । ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତନାଘନା ତଦନ୍ତ କରୁଛି ମାହାଙ୍ଗା ଥାନା ପୋଲିସ । ନାବାଳିକାଙ୍କ ପରିବାର ପକ୍ଷରୁ କୌଣସି ଏତଲା ହୋଇନି । କିନ୍ତୁ ନ୍ୟାୟ ପାଇଁ ଲଢ଼େଇ ପରିବାର ପକ୍ଷରୁ ଏତଲା ଆଧାରରେ ପୋଲିସ ତଦନ୍ତ ଆଗେଇଛି । ସ୍କାନରରେ ଗୋକନ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅନୁପମ ରାୟ । ତାଙ୍କ ଘର ଜଗତସିଂହପୁର ସଦର ବ୍ଲକ ଛେଳିଆଗଡରେ । ଆଜି କଟକ ଗ୍ରାମାଞ୍ଚଳ ଏଏସପି ଛେଳିଆଗଡ଼ ଯାଇ ପିଇଟି ଶିକ୍ଷକ ଅନୁପମ ଓ ତାଙ୍କ ମାଆଙ୍କୁ ପଚରାଉଚରା କରିଛନ୍ତି । ତାଙ୍କ ମାଆ କହିଛନ୍ତି, ପୁଅ ନିର୍ଦ୍ଦୋଷ ।

ଜୁନ୍ ୧୮ ତାରିଖରେ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ପରେ ପରିବାର ଲୋକେ ତରବରିଆ ଭାବରେ ଶେଷକୃତ୍ୟ କରିଥିଲେ । ଏହାପରେ ଏକ ଅଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ କ୍ରୀଡ଼ା ଶିକ୍ଷକଙ୍କ ମାଆ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିବା କୁହାଯାଉଛି । କ୍ରୀଡ଼ା ଶିକ୍ଷକଙ୍କ ସହ ନାବାଳିକାଙ୍କ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ନିଜ ଆଡୁ ମାମଲା ରୁଜୁ କରିବା ସହ ୨୫ ତାରିଖ ସୁଦ୍ଧା କଟକ ଗ୍ରାମାଞ୍ଚଳ ଏସପିଙ୍କୁ ଆକ୍ସନ ଟେକେନ୍ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.