ଜାପାନୀ କୋଟିପତିଙ୍କ ଗୋଟିଏ ଟ୍ବିଟ, ୩ ଦିନରେ ରିଟ୍ବିଟ ଟପିଲାଣି ୪୯ ଲକ୍ଷ, ଲାଇକ୍ ୧୨ ଲକ୍ଷ

ଟୋକିଓ : ଜାପାନର ଜଣେ କୋଟିପତି ବିଜନେସମ୍ୟାନ୍ ୟୁସାକୁ ମାଏଜାବାଙ୍କର ଏକ ଟ୍ବିଟ ସବୁଠୁ ଅଧିକ ଥର ରିଟ୍ବିଟ ହେବାର ୱାର୍ଲଡ ରେକର୍ଡ କରିଛି। ୫ ଜାନୁୟାରୀରେ ତାଙ୍କ ଦ୍ବାରା ହୋଇଥିବା ଏକ ଟ୍ବିଟକୁ ସୋମବାର ପର୍ଯ୍ୟନ୍ତ ୪୯ ଲକ୍ଷରୁ ଅଧିକ ଥର ରିଟ୍ବିଟ କରାଯାଇସାରିଛି। ଏହି ଟ୍ବିଟକୁ ୧୨ ଲକ୍ଷ ଲାଇକ ମଧ୍ୟ ମିଳି ସାରିଛି।

ଟ୍ବିଟରେ ମାଏଜାବାଙ୍କର ୫୪ ଲକ୍ଷରୁ ଅଧିକ ଫଲୋଓର

-ମାଏଜାବା ପୂର୍ବରୁ ଘୋଷଣା କରିଥିଲେ ଯେ ତାଙ୍କ ଟ୍ବିଟକୁ ରିଟ୍ବିଟ କରିବା ଏବଂ ତାହା ସହିତ ତାଙ୍କୁ ଫଲୋ କରୁଥିବା ୧୦୦ ଲକି ବିଜେତାଙ୍କୁ ୧୦୦ ମିଲିୟନ( ପ୍ରାୟ ୬.୪ କୋଟି ଟଙ୍କା) ରାଶି ପୁରଷ୍କାର ଆକାରରେ ଦିଆଯିବ। ଟ୍ବିଟରେ ତାଙ୍କ ଫଲୋଓର୍ସର ସଂଖ୍ୟା ୫୪ ଲକ୍ଷରୁ ଅଧିକ ହୋଇଗଲାଣି।

-ଏହା ପୂର୍ବରୁ ସବୁଠାରୁ ଅଧିକା ଟ୍ବିଟର ରେକର୍ଡ ଆମେରିକାର କଲେଜ ଛାତ୍ର କାର୍ଟର ୱିଲକିଂସନ କରିଥିଲେ। ୱିଲକିନସନ ୨୦୧୭ରେ ଏକ ଫାଷ୍ଟଫୁଡରେ ଗୋଟିଏ ବଷର୍ ପର୍ଯ୍ୟନ୍ତ ଫ୍ରି ଚିକେନ ଖାଇବା ପାଇଁ ଲୋକଙ୍କୁ ନିଜ ଟ୍ବିଟକୁ ରିଟ୍ବିଟ କରିବା ପାଇଁ ଆବେଦନ କରିଥିଲେ। ତାଙ୍କ ଟ୍ବିଟକୁ ୩୫.୮ ଲକ୍ଷ ଥର ରିଟ୍ବିଟ କରାଯାଇଥିଲା। ଏହା ସହିତ ୯ ଲକ୍ଷ,୯୦ ହଜାର ଲାଇକ୍ ମିଳିଥିଲା।

ମାଏଜାବା ଚନ୍ଦ୍ରକୁ ଯିବାର ଟିକେଟ କିଣିଥିଲେ

ମାଏଜାବା ସଫଳ ବିଜନେସମ୍ୟାନ ହେବା ସହିତ ନିଜ କଲେକସନ ପାଇଁ ମଧ୍ୟ ଲୋକପ୍ରିୟ ଅଟନ୍ତି। ତାଙ୍କ ପାଖରେ ପିକାସୋର ଅସଲି ପେଟିଙ୍ଗସ୍ ସହିତ ବୁଗାନୀର ଅନେକ ସୁପର କାର ଏବଂ ଚନ୍ଦ୍ର ପାଖକୁ ଯିବା ପାଇଁ ଏଲନ ମସ୍କର ରକେଟର ଟିକେଟ ମଧ୍ୟ ରହିଛି। ପୂର୍ବ ବର୍ଷ ସେପ୍ଟେମ୍ବରରେ ସେ ଏହାର ଟିକେଟ କିଣିଥିଲେ। ତାଙ୍କୁ ୨୦୨୩ରେ ଚନ୍ଦ୍ରକୁ ଯିବା ପାଇଁ ଏହି ରକେଟର ପ୍ରଥମ ପ୍ୟାସେଞ୍ଜର ଭାବେ ଚୟନ କରାଯାଇଥିଲା।