ବିଜେପିର ବିଜୟ ଉତ୍ସବ, କ୍ୟାବିନେଟ୍ ବୈଠକ ଡାକିଲେ ମୋଦି

ଚାଲିଛି ଭୋଟ ଗଣତି । ସାରା ଦେଶରେ ମୋଦି ସୁନାମୀ । ଯେଉଁଥିରେ ଭୁଶୁଡି ଯାଇଛି ବିରୋଧୀଙ୍କ ଦୁର୍ଗ । ଏପର୍ଯ୍ୟନ୍ତ ମତଗଣାନା ସୁଦ୍ଧା ବିଜେପିକୁ ହାସଲ ହୋଇଛି ବହୁମତ । ବର୍ତ୍ତମାନ ସୁଦ୍ଧା ଏନଡିଏ ୩୫୧ ଆସନରେ ଆଗୁଆ ଥିବା ବେଳେ ୟୁପିଏ ୯୧ ଏବଂ ଅନ୍ୟାନ୍ୟ ଦଳ ୧୦୦ ଆସନରେ ରହିଛି ଆଗୁଆ । ତେବେ ଏହାକୁ ଆଖି ଆଗରେ ବିଜେପି ଦିଲ୍ଲୀରେ ଥିବା ଦଳର କାର‌୍ୟ୍ୟାଳୟ ବାହାରେ ବିଜୟ ଉତ୍ସବ ପାଳନ ଆରମ୍ଭ କରିସାରିଲାଣି । ପୁଣି ଥରେ ଦେଶର ଶାସନଭାର ସମ୍ଭାଳିବାକୁ ଯାଉଛନ୍ତି ମୋଦି । ଯାହା ଫଳରେ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଖୁସିର ଲହରୀ ।

ଅନ୍ୟପଟେ ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ ଡାକିଛନ୍ତି ନରେନ୍ଦ୍ର ମୋଦି । ବିଜେପି ସଂସଦୀୟ ଦଳର ବୈଠକ ହେବ । ସନ୍ଧ୍ୟା ୫ଟା ୩୦ରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି । ପ୍ରାୟ ୨୫୦୦୦ କାର୍ଯ୍ୟକର୍ତା ମୋଦିଙ୍କୁ ଏହି ସମୟରେ ସ୍ୱାଗତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.