ଦିଲ୍ଲୀରେ କରୋନାଠୁ ଅଧିକ ଭୟଙ୍କର ସାଜୁଛି ବ୍ଲାକ ଫଙ୍ଗସ, ରିପୋର୍ଟରୁ ମିଳିଲା ସୂଚନା

କରୋନାର ସଙ୍କଟ କାଳରେ ବ୍ଲାକ ଫଙ୍ଗସର ଭୟ ଏବେ ଚାରିଆଡେ ଆତଙ୍କ ଖେଳାଇଛି । ଏହାର ପ୍ରକୋପ ଦିଲ୍ଲୀରେ ଦେଖାଦେଇଛି । ବର୍ତ୍ତମାନ ଦିଲ୍ଲୀରେ କରୋନା ପଜିଟିଭ ଠୁ ଅଧିକ ବ୍ଲାକ ଫଙ୍ଗସର ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

ଦିଲ୍ଲୀରେ ବ୍ଲାକ ଫଙ୍ଗସର ମାତ୍ରା ବଢ଼ିବାକୁ ଲାଗିଥିବା ବେଳେ ଏକ ନୂଆ ରିପୋର୍ଟ ସାମ୍ନାକୂ ଆସିଛି । ଯେଉଁ ମାନେ ଡାକ୍ତରଙ୍କ ବିନା ପରାମର୍ଶରେ Steroids ନେଇଛନ୍ତି ଏବଂ ଭାଇରସ୍‌ରେ ସଂକ୍ରମିତ ହେବା ପରେ ଘରେ ଅକ୍ସିଜେନ ସିଲିଣ୍ଡର ବ୍ୟବହାର କରିଛନ୍ତି , ସେମାନଙ୍କ ମଧ୍ୟରେ ଏହି ରୋଗର ପ୍ରଭାବ ଦେଖିବାକୁ ମିଳିଛି ।

Mucormycosis ବା Black Fungus ବିଶେଷ କରି ନାକ, ଅରବିଟଲ କାଭିଟିରେ ରହିଥାନ୍ତି । ଏହାସହ କିଛି ରୋଗୀଙ୍କର ମସ୍ତିଷ୍କରେ ମଧ୍ୟ ରହିଥାନ୍ତି । ଶେଷରେ ସେରିବ୍ରଲ ଫଙ୍ଗସରେ ପରିବର୍ତ୍ତିତ ହୋଇଥାନ୍ତି । ଏହା କାରଣରୁ ରୋଗୀର ମୃତ୍ୟୁ ହୋଇଯାଏ ।

ଟାଇମ୍ସ ଅଫ ଇଣ୍ଡିଆର ସୂଚନା ଅନୁଯାୟୀ, ଦିଲ୍ଲୀରେ ୬ ଜୁଲାଇରେ କରୋନା ପଜିଟିଭ ସଂଖ୍ୟା ୮୩୩ ରହିଥିଲା । ଏହସହ ବ୍ଲାକ ଫଙ୍ଗସରେ ୯୫୨ ଜଣ ଆକ୍ରାନ୍ତ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୪୦୨ ପ୍ରାଇଭେଟ ହସସ୍ପିଟାଲର ହୋଇଥିବା ବେଳେ ୩୦୨ ଜଣ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା ବ୍ୟତିତ ଅନ୍ୟ ସବୁ କେନ୍ଦ୍ରୀୟ ସରକାରୀ ହସ୍ପିଟାଲରେ ଆଡମିଟ ହୋଇଛନ୍ତି ।

ଦିଲ୍ଲୀ ସରକାର ମଧ୍ୟ ଏସମୟରେ ବ୍ଲାକ ଫଙ୍ଗସ ପାଇଁ ଆବଶ୍ୟକୀୟ ଇଞ୍ଜେକସନର ଅଭାବ ସମ୍ପର୍କରେ ସୂଚନା ଦେଇଛନ୍ତି । Amphotericin B  ଇଞ୍ଜେକସନର ଏବେ ଅଭାବ ରହିଛି । ମୋଟ ୧.୫ ଲକ୍ଷ ଇଞ୍ଜେକସନର ଆବଶ୍ୟକତା ରହିଛି । କାରଣ ଦୈନିକ ଜଣେ ରୋଗୀଙ୍କୁ ୫ଟି ଇଞ୍ଜେକସନ ଦିଆଯାଉଛି । ଇଞ୍ଜେକସନର ଦାମ ମଧ୍ୟ ମହଙ୍ଗା ରହିଛି । ଏହାର ଦାମ ପାଖାପାଖି ୬ ହଜାରରୁ ୭ ହଜାର ପର୍ଯ୍ୟନ୍ତ ରହିଛି ।

ଫଙ୍ଗସର ଆକ୍ରମଣରେ ଦିଲ୍ଲୀରେ ୫୮ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଏଥିରେ ସଂକ୍ରମିତ ହେବା ପରେ ବ୍ୟକ୍ତି ଜଣକ ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ଜୀବିତ ରହି ନଥିଲେ । ତେବେ ଏହାର ଭୟାଭୟ ଏବେ ଚାରିଆଡ଼େ ଖେଳିଯାଇଥିବାରୁ ସମସ୍ତେ ଅଧିକ ସଜାଗ ହେବାକୁ ଚେଷ୍ଟା କରୁଛନ୍ତି ।

Leave A Reply

Your email address will not be published.