Below header

ଆପଣଙ୍କ ଆଧାର ନମ୍ବରରେ ଯେପରି ଜାଲ୍‌ ନହୁଏ ସେଥିପାଇଁ ରୁହନ୍ତୁ ସଚେତନ, UIDAI ଏମିତି ଦେଲେ ଟିପ୍ସ

ନୂଆଦିଲ୍ଲୀ : ଦେଶରେ ଅନ୍‌ଲାଇନ ହେଉ ବା ଡକ୍ୟୁମେଣ୍ଟରେ ହେଉ ଅଧିକାଂଶ ସମୟରେ ଫର୍ଜରୀ ( ଜାଲ୍‌) ହେଉଥିବା ଦେଖାଯାଉଛି । ଏବେ କିଛି ହ୍ୟାକର ଆଧାର କାର୍ଡ ମାଧ୍ୟମରେ ଅନ୍‌ଲାଇନ ଫର୍ଜରୀ କରୁଥିବା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ଲୋକଙ୍କୁ ସଚେତନ କରିବା ସହ ଏଥିରୁ ବଞ୍ଚିବା ପାଇଁ କିଛି ଟିପ୍ସ ଦେଇଛି । ଆସନ୍ତୁ ଜାଣିବା କିପରି ଆପଣ ଏହି ଫର୍ଜରୀରୁ ରକ୍ଷା ପାଇ ପାରିବେ ।

ପବ୍ଲିକ କମ୍ପ୍ୟୁଟରରୁ ଯଦି ଆଧାର କାର୍ଡ ଡାଉନଲୋଡ୍‌ କରନ୍ତି ତେବେ ଏହାକୁ ଡିଲିଟ କରନ୍ତୁ:

ଯଦି ଆପଣ କିଛି କମ୍ପ୍ୟୁଟର ସେଣ୍ଟରରୁ ଆପଣଙ୍କ ଆଧାର କାର୍ଡ ଡାଉନଲୋଡ୍‌ କରୁଛନ୍ତି । ତେବେ କାର୍ଯ୍ୟ ସରିବା ପରେ ଏହାକୁ ଡିଲିଟ କରନ୍ତୁ । ନଚେତ ଆପଣ ଫର୍ଜରୀର ଶିକାର ହୋଇ ପାରନ୍ତି ।

କେବେ ବି ଆପଣଙ୍କ ଓଟିପି ସେୟାର କରନ୍ତୁ ନାହିଁ :

UIDAI କହିଛି ଯେ ଆମ ଅଫିସ ତରଫରୁ କୌଣସି ଓଟିପି କିମ୍ବା ବ୍ୟକ୍ତିଗତ ସୂଚନା ମଗାଯାଏ ନାହିଁ । ତେଣୁ ଆଧାର ସହ ଜଡିତ ନମ୍ବରରେ ଆସୁଥିବା ଓଟିପି (OTP) କାହାକୁ ଦିଅନ୍ତୁ ନାହିଁ । କେବେ ବି ଆପଣଙ୍କ ଆଧାର ନମ୍ବରରେ ଅନ୍ୟ କାହାର ମୋବାଇଲ ନମ୍ବରକୁ ଲିଙ୍କ ଦିଅନ୍ତୁ ନାହିଁ । କାହାର ଆଧାର ନମ୍ବରକୁ ମଧ୍ୟ ଆପଣଙ୍କ ମୋବାଇଲ ସହ ଯୋଡନ୍ତୁ ନାହିଁ । ଆପଣ ନିଜର ବାୟୋମେଟ୍ରିକକୁ ସବୁବେଳେ ଲକ୍‌ ରଖନ୍ତୁ । ଏଥିପାଇଁ ଆପଣ ‘ଆଧାର ଲକ୍‌ ଆଣ୍ଡ ଅନ୍‌ଲାଇନ ସର୍ବିସେସ୍‌’ ର ବ୍ୟବହାର କରନ୍ତୁ ।

ଆଧାର କାର୍ଡ କୁ ସର୍ବଦା ଲକ୍‌ ରଖନ୍ତୁ :

ଆଧାର କାର୍ଡକୁ ଲକ୍‌ ରଖିବା ପାଇଁ ଆପଣ ନିଜର ଫୋନ୍‌ରୁ୧୯୪୭ ରେ ମେସେଜ କରିପାରିବେ । ପ୍ରଥମେ GVID ଲେଖନ୍ତୁ ଓ ତା ପରେ SPACE ଦେଇ ଆପଣଙ୍କ ଆଧର ଶେଷ ୮ଟି ନମ୍ବର ଟାଇପ କରନ୍ତୁ । ଏହାପରେ ଏକ VID ନମ୍ବର ଆସିବ । ଏହି ନମ୍ବରକୁ ଆଧାର କରି େଓ୍ଵବସାଇଟର UIDAI ଲକ୍‌ ଅନ୍‌ଲକ୍‌ ସେକ୍ସନକୁ ଯାଇ ଆପଣଙ୍କ ଆଧାର କାର୍ଡକୁ ଲକ୍‌ କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.