ଦେଶରେ ଏଯାଏଁ ଦ୍ୱିତୀୟ ଲହର ପ୍ରକୋପ ସରି ନାହିଁ, ସଂକ୍ରମଣ କମୁଛି ବୋଲି ଖୁସି ହୁଅ ନାହିଁ: କେନ୍ଦ୍ର ଗୃହସଚିବ

ନୂଆଦିଲ୍ଲୀ(କେ ନ୍ୟୁଜ): ଦ୍ୱିତୀୟ ଲହର ପ୍ରକୋପ ସରି ନାହିଁ। ତେଣୁ ସଂକ୍ରମଣ କମୁଛି ବୋଲି ଖୁସି ହୁଅ ନାହିଁ। ଦେଶର ବିଭିନ୍ନ ସର୍ବସାଧାରଣ ଓ ଗହଳି ସ୍ଥାନରେ କୋଭିଡ୍‌ ନିୟମ ଉଲ୍ଲଂଘନ ଖବର ଏପରି ଚିଠି ଲେଖି ସବୁ ରାଜ୍ୟକୁ ଚେତାଇ ଦେଇଛନ୍ତି କେନ୍ଦ୍ର ଗୃହ ସଚିବ। ସବୁ ଗହଳି ସ୍ଥାନରେ କଡ଼ା ନଜର ରଖିବାକୁ କୁହାଯାଇଛି। ଦୋକାନ ବଜାର, ରେଳ ଓ ବସ ଷ୍ଟେସନ, ଷ୍ଟାଡିୟମ ଯଦି ଖୋଲା ରହିଛି ତେବେ ତା ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସ୍ଥାନରେ ନିୟମ ଉଲ୍ଲଂଘନ ହେଉଛି ସେହି ସ୍ଥାନ, ଅନୁଷ୍ଠାନ କିମ୍ବା ବଜାର ଅଂଚଳରେ ପୁନଃ କଟକଣା ଲଗାଇବାକୁ ଦିଆଯାଇଛି ପରାମର୍ଶ। କିଛି ରାଜ୍ୟରେ ଆର୍‌ ଫ୍ୟାକ୍ଟର ବଢିଛି।

ଆର୍‌ ଫ୍ୟାକ୍ଟର – ରିପ୍ରଡକ୍ସନ ନମ୍ବର ଅର୍ଥାତ ଜଣେ ସଂକ୍ରମିତ କେତେ ଜଣଙ୍କୁ ସଂକ୍ରମିତ କରୁଛନ୍ତି । R ଫ୍ୟାକ୍ଟର ୧ରୁ ଅଧିକ ରହିଲେ ତାହା ସଂକ୍ରମଣ ସୂଚନା ପ୍ରଦାନ କରେ। ଗହଳି ସ୍ଥାନରେ କଡ଼ାକଡ଼ି ନିୟମ ପାଳନ ନ ହେଲେ ଦାୟିତ୍ୱରେ ଥିବା ଅଧିକାରୀ ବ୍ୟକ୍ତିଗତ ଭାବେ ଉତ୍ତରଦାୟୀ ରହିବେ ବୋଲି ଚିଠିରେ କୁହାଯାଇଛି । ଏହାସହ ଟେଷ୍ଟ-ଟ୍ରାକ-ଟ୍ରିଟ୍‌ ସହ ଟିକାକରଣ ଓ କୋଭିଡ ଉଚିତ ବ୍ୟବହାର ଅନୁପାଳନ ଏପରି ୫ଟି ଦିଗ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.