Below header

କେମିକାଲ ଫାକ୍ଟୋରୀରେ ବିସ୍ଫୋରଣ, ୪ ମୃତ

ଉତ୍ତର ପ୍ରଦେଶ ବୁଲନ୍ଦ ସହରରେ ଏକ କେମିକାଲ ଫାକ୍ଟୋରୀରେ ବିସ୍ଫୋରଣ ହେବା ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଫାକ୍ଟୋରୀର ମାଲିକ ରାଜକୁମାର ଫେରାର ହୋଇଯାଇଛନ୍ତି । ତେବେ ରାଜକୁମାରଙ୍କ ଭାଇ ପ୍ରମୋଦଙ୍କୁ ପୋଲିସ ଗିରଫ କରିଛି ।

ବୁଲନ୍ଦସହର : ଉତ୍ତର ପ୍ରଦେଶ ବୁଲନ୍ଦ ସହରରେ ଏକ କେମିକାଲ ଫାକ୍ଟୋରୀରେ ବିସ୍ଫୋରଣ ହେବା ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଫାକ୍ଟୋରୀର ମାଲିକ ରାଜକୁମାର ଫେରାର ହୋଇଯାଇଛନ୍ତି । ତେବେ ରାଜକୁମାରଙ୍କ ଭାଇ ପ୍ରମୋଦଙ୍କୁ ପୋଲିସ ଗିରଫ କରିଛି ।

ପ୍ରାଥମିକ ତଦନ୍ତରୁ ଏକ ସିଲିଣ୍ଡର ବିସ୍ଫୋରଣ ଯୋଗୁ ଏପରି ଦୁର୍ଘଟଣା ଘଟିଛି ବୋଲି ପୋଲିସ କହିଛି । ବିସ୍ଫୋରଣ ଏତେ ଜୋର୍ ଥିଲା ଯେ, ପାଖାପାଖି ୨ କିଲୋମିଟର ଯାଏ ଏହାର ଶଦ୍ଦ ଶୁଣାଯାଇଥିଲା । ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳରେ ଥିବା ଘରର କବାଟ,ଝରକା କାଚ ମଧ୍ୟ ଭାଙ୍ଗିଯାଇଛି। ବିସ୍ଫୋରଣ ପରେ ଧ୍ବଂସସ୍ତୂପ ତଳୁ ୪ଜଣ ଲୋକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.