ସ୍ୱାମୀଙ୍କ ଅନୈତିକ ସମ୍ପର୍କକୁ ବିରୋଧ ହେଲା କାଳ, ସ୍ତ୍ରୀଙ୍କୁ ବିଷ ପିଆଇ ମାରିଦେଲା ସ୍ୱାମୀ

ସ୍ୱାମୀଙ୍କ ଅନୈତିକ ସମ୍ପର୍କକୁ ବିରୋଧ କରିବା ସ୍ତ୍ରୀ ପାଇଁ କାଳ ହେଲା । ବାଟରୁ କଣ୍ଟା ହଟାଇବା ପାଇଁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ତାହା ପୁଣି ବିଷ ପଆଇ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବିହାର ଗୋପାଳଗଞ୍ଜ ଜିଲ୍ଲା ବଶମ୍ବରପୁର ଅଂଚଳରେ । ମୃତକଙ୍କ ନାମ ରୀନା ଦେବୀ । ସ୍ୱାମୀ ପ୍ରେମିକା ସହ ଫେରାର ହୋଇଯାଇଛି ।

ଗୋପାଳଗଞ୍ଜ : ସ୍ୱାମୀଙ୍କ ଅନୈତିକ ସମ୍ପର୍କକୁ ବିରୋଧ କରିବା ସ୍ତ୍ରୀ ପାଇଁ କାଳ ହେଲା । ବାଟରୁ କଣ୍ଟା ହଟାଇବା ପାଇଁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ତାହା ପୁଣି ବିଷ ପଆଇ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବିହାର ଗୋପାଳଗଞ୍ଜ ଜିଲ୍ଲା ବଶମ୍ବରପୁର ଅଂଚଳରେ । ମୃତକଙ୍କ ନାମ ରୀନା ଦେବୀ । ସ୍ୱାମୀ ପ୍ରେମିକା ସହ ଫେରାର ହୋଇଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ୨୦୦୭ ମସିହାରେ ରୀନା ଦେବୀ, ନନ୍ଦଜୀ ରାମଙ୍କୁ ବିବାହ କରିଥିଲେ । ସ୍ୱାମୀଙ୍କର ଗାଁର ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା । ଉକ୍ତ ମହିଳାଙ୍କର ୪ଟି ସନ୍ତାନ ଥିବା ଜଣାଯାଇଛି । ରୀନା ଏହା ଜାଣିବା ପରେ ଅନୈତିକ ସମ୍ପର୍କ ନରଖିବାକୁ ସ୍ୱାମୀଙ୍କୁ ବାରମ୍ବାର ବାରଣ କରୁଥିଲା ।

ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା । ସ୍ୱାମୀ ରୀନାକୁ ପିଟାପିଟି କରୁଥିଲେ । ହେଲେ ଗୁରୁବାର ସ୍ୱାମୀ ରୀନାକୁ ବିଷ ପିଆଇ ଦେଇଥିଲେ ବୋଲି ରୀନାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ରୀନାଙ୍କ ମୃତ୍ୟୁ ପରେ ନନ୍ଦଜୀ ରାମ ପ୍ରେମିକା ସହ ଫେରାର ହୋଇଯାଇଛି । ପୋଲିସ ସ୍ୱାମୀ ଓ ତା’ର ପ୍ରେମିକା ନାମରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.