୧୧ ବର୍ଷର ନାବାଳିକାକୁ ପାଶବିକ ଦୁଷ୍କର୍ମ କରିଥିବା ଅଭୁଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୨୦ ହଜାର ଟଙ୍କା ଜରିମାନା

ଅଭିଯୁକ୍ତ ମିଟୁ ଓରଫ କାଳିଆ ସାମଲକୁ ଏହି ଦଣ୍ଡାଦେଶ ଶୁଣେଇଛନ୍ତି କୋର୍ଟ। ୨୦୧୭ ମସିହା ସେପ୍ଟେମ୍ବର ୧୦ ତାରିଖରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅଂଚଳରେ ନାବାଳିକା ଜଣକ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ତାକୁ ଜୋର ଜବରଦସ୍ତି ଉଠେଇ ନେଇ ତାର ବେକ କାଟିଥିଲା।

କଟକ(କେନ୍ୟୁଜ୍): ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଓ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ। ଏହା ସହ ୨୦ ହଜାର ଟଙ୍କାର ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅଭିଯୁକ୍ତ ମିଟୁ ଓରଫ କାଳିଆ ସାମଲକୁ ଏହି ଦଣ୍ଡାଦେଶ ଶୁଣେଇଛନ୍ତି କୋର୍ଟ। ୨୦୧୭ ମସିହା ସେପ୍ଟେମ୍ବର ୧୦ ତାରିଖରେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅଂଚଳରେ ନାବାଳିକା ଜଣକ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ତାକୁ ଜୋର ଜବରଦସ୍ତି ଉଠେଇ ନେଇ ତାର ବେକ କାଟିଥିଲା।

ଏହା ପରେ ଦୁଷ୍କର୍ମ ମଧ୍ୟ କରିଥିଲା। ଏ ନେଇ ପୀଡ଼ିତା ନାବାଳିକା ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏତଲା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାଜିଷ୍ଟ୍ରେଟଙ୍କ ସହ ୧୪ ଜଣ ସାକ୍ଷୀ ଓ ୧୨ ଟି ତଥ୍ୟପ୍ରମାଣ ଆଧାରରେ ପକ୍ସୋ କୋର୍ଟ ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ନାବାଳିକାକୁ ଦେଢ଼ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ରମେଶ ଚନ୍ଦ୍ର ମହାନ୍ତିଙ୍କ ଏହି ମାମଲା ପରିଚାଳନା କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.