Below header

ଚୀନ-ଆମେରିକା ଉତ୍ତେଜନା ବୃଦ୍ଧି ବେଳେ ବ୍ଲିଙ୍କେନଙ୍କ ବେଜିଂ ଗସ୍ତକୁ ନେଇ ଚର୍ଚ୍ଚା

ଚୀନ-ଆମେରିକା ଉତ୍ତେଜନା ବୃଦ୍ଧି ବେଳେ ବ୍ଲିଙ୍କେନଙ୍କ ବେଜିଂ ଗସ୍ତକୁ ନେଇ ଚର୍ଚ୍ଚା । ଚୀନ ବୈଦେଶିକ ମନ୍ତ୍ରୀ କିନ୍‌ ଗାଙ୍ଗଙ୍କୁ ଭେଟିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ। ଚୀନ୍‌ ପ୍ରତିପକ୍ଷଙ୍କ ସହ ଆଲୋଚନାରୁ ୨ ଦିନିଆ ବେଜିଂ ଗସ୍ତ ଆରମ୍ଭ କରିଛନ୍ତି ବ୍ଲିଙ୍କେନ।

ନୂଆଦିଲ୍ଲୀ : ଚୀନ-ଆମେରିକା ଉତ୍ତେଜନା ବୃଦ୍ଧି ବେଳେ ବ୍ଲିଙ୍କେନଙ୍କ ବେଜିଂ ଗସ୍ତକୁ ନେଇ ଚର୍ଚ୍ଚା । ଚୀନ ବୈଦେଶିକ ମନ୍ତ୍ରୀ କିନ୍‌ ଗାଙ୍ଗଙ୍କୁ ଭେଟିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ। ଚୀନ୍‌ ପ୍ରତିପକ୍ଷଙ୍କ ସହ ଆଲୋଚନାରୁ ୨ ଦିନିଆ ବେଜିଂ ଗସ୍ତ ଆରମ୍ଭ କରିଛନ୍ତି ବ୍ଲିଙ୍କେନ।

ଏହି ଗସ୍ତରେ ସେ ଚୀନର ବହୁ ବରିଷ୍ଠ ଅଧିକାରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ ଚୀନ ଓ ଆମେରିକା ମଧ୍ୟରେ ଯୋଗାଯୋଗ ମାଧ୍ୟମକୁ ସ୍ୱାଭାବିକ କରିବା। ବିଶେଷ କରି ଦୁଇ ଦେଶର ସେନା ମଧ୍ୟରେ ସିଧାସଳଖ ଯୋଗାଯୋଗ ମାଧ୍ୟମର ପୁନଃ ପ୍ରତିଷ୍ଠା କରିବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ରହିଛି।

ଦୁଇ ବ୍ୟାବସାୟିକ ପ୍ରତିଦ୍ୱନ୍ଦୀ ତାଇଓ୍ଵାନକୁ ନେଇ ଗତ କିଛି ଦିନ ହେଲା ମୁହାଁମୁହଁ ସ୍ଥିତିରେ ଅଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ଚୀନ ଆମେରିକା ମୁହାଁମୁହିଁ। ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତତାର ଶୀର୍ଷରେ ରହିଛି।

ଏଭଳି ସମୟରେ ସଂପର୍କରେ ସୁଧାର ଆଣିବାକୁ ଉଦ୍ୟମ କରିଛି ଆମେରିକା। ବୈଦେଶିକ ସଚିବଙ୍କୁ ପଠାଇଛି ଚୀନ। ଗତ ୫ ବର୍ଷ ଭିତରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ବୈଦେଶିକ ସଚିବ ଚୀନ ଗସ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.