ମହାରାଷ୍ଟ୍ର: ୱେନଗଙ୍ଗା ନଦୀରେ ଡଙ୍ଗା ଓଲଟି ୧ ମହିଳା ମୃତ, ୫ ନିଖୋଜ; ଜଣେ ଉଦ୍ଧାର

ମହାରାଷ୍ଟ୍ରର ଗଡ଼ଚିରୌଲି ଜିଲ୍ଲା ଚାମୋର୍ସି ତହସିଲ ଅନ୍ତର୍ଗତ ୱେନଗଙ୍ଗା ନଦୀରେ ଏକ ଡଙ୍ଗାବୁଡ଼ି ଘଟଣା ଘଟିଛି । ଏଠାରେ ଗଣପୁର ଘାଟରୁ ବାହାରିଥିବା ଏକ ଡଙ୍ଗା ମଝି ନଦୀରେ ଓଲଟି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ମହିଳା ନିଖୋଜ ଥିବା ଜଣାପଡ଼ିଛି ।

ମହାରାଷ୍ଟ୍ରର ଗଡ଼ଚିରୌଲି ଜିଲ୍ଲା ଚାମୋର୍ସି ତହସିଲ ଅନ୍ତର୍ଗତ ୱେନଗଙ୍ଗା ନଦୀରେ ଏକ ଡଙ୍ଗାବୁଡ଼ି ଘଟଣା ଘଟିଛି । ଏଠାରେ ଗଣପୁର ଘାଟରୁ ବାହାରିଥିବା ଏକ ଡଙ୍ଗା ମଝି ନଦୀରେ ଓଲଟି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ମହିଳା ନିଖୋଜ ଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ନାବିକ ଜଣଙ୍କୁ ଜୀବିତ ଉଦ୍ଧାର କରିଥିବା ବେଳେ ନିଜେ ପହଁରି ପହଁରି କୂୂଳରେ ପହଞ୍ଚିଛନ୍ତି ।

ମିଳିଥିବା ଖବର ମୁତାବକ, ଡଙ୍ଗାରେ ମୋଟ ୭ ଜଣ ମହିଳା ଥିଲେ । ଡଙ୍ଗାଟି ଓଲଟି ପଡ଼ିବାରୁ ସମସ୍ତେ ପାଣିରେ ବୁଡ଼ି ଯାଇଥିଲେ । ହେଲେ କୌଣସି ମତେ ନାବିକ ଜଣେ ମହିଳାଙ୍କୁ ଜୀବିତ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଏବେ ବି ନିଖୋଜ ୫ ଜଣଙ୍କ ପତ୍ତା ମିଳିପାରି ନାହିଁ ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ଏବଂ ଗାଁର କିଛି ବୁଡ଼ାଳି ମିଶି ନିଖୋଜମାନଙ୍କୁ ଖୋଜାଖୋଜି କରୁଛନ୍ତି । ରେତଓ୍ଵାରୀ ପୋଲିସ ଏହି ଘଟଣାରେ ସୂଚନା ଦେଇ କହିଛି ଯେ ମହିଳାମାନେ ଲଙ୍କା ତୋଳିବା ପାଇଁ ଡଙ୍ଗା ଯୋଗେ ଚନ୍ଦ୍ରପୁର ଜିଲ୍ଲା ଯାଉଥିଲେ । ମଝି ନଦୀରେ ଡଙ୍ଗା ଓଲଟି ପଡ଼ିଥିଲା । ଫଳରେ ୭ ମହିଳାଙ୍କ ସହ ନାବିକ ନଦୀରେ ପଡ଼ିଯାଇଥିଲେ । ସ୍ଥାନୀୟ ବୁଡ଼ାଳିଙ୍କ ସହାୟତାରେ ପୋଲିସ ଉଦ୍ଧାର ଅଭିଯାନ ଆରମ୍ଭ କରିଛି ।

ସୂଚନାଥାଉ କି, ଏହା ପୂର୍ବରୁ ଗତ ଗୁରୁବାର ଗୁଜରାଟର ଭଦୋଦରାରେ ଏକ ବଡ଼ ଧରଣର ଡଙ୍ଗା ଦୁର୍ଘଟଣା ଘଟିଥିଲା । ସହରର ଏକ ହ୍ରଦରେ ଡଙ୍ଗା ଓଲଟି ୧୨ ସ୍କୁଲ ପିଲାଙ୍କ ସହ ୨ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.