Below header

ସତସଙ୍ଗ ବେଳେ ଫୁଟିଲା ବୋମା, ୩ ଜଣଙ୍କର ମୃତ୍ୟୁ ଓ ୪ ଗୁରୁତର

ଅମୃତସର : ସତ୍‌ସଙ୍ଗ ଚାଲିଥିବା ବେଳେ ଫୁଟିଲା ବୋମା । ବୋମା ମାଡ଼ରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତିି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପଞ୍ଜାବର ଅମୃତସର ଜିଲ୍ଲା ରାଜାସାଂସୀ ଅନ୍ତର୍ଗତ ଆଦିବାଲା ଗାଁରେ ଏହି ଅଘଟଣ ଘଟିଛି ।
ଗାଁରେ ଥିବା ନିରଙ୍କରି ଭବନରେ ଆଜି ସକାଳେ ସତସଙ୍ଗ ଚାଲିଥିଲା । ଏଥିରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଏହି ସମୟରେ ତିନି ଜଣ ଯୁବକ ବାଇକ୍‌ରେ ଆସି ବୋମା ଫିଙ୍ଗି ଫେରାର ହୋଇ ଯାଇଥିଲେ । ଏହା ଆତଙ୍କବାଦୀଙ୍କ କାମ ବୋଲି ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.