ଜାଣନ୍ତୁ ଭାରତର ୪ଟି ରହସ୍ଯମୟ ସ୍ଥାନ, ଯାହାର ରହସ୍ଯ ବିଜ୍ଞାନକୁ ମଧ୍ୟ ଅଜଣା

ବିଭିନ୍ନ ଆଶ୍ଚର୍ଯ୍ଯକର ଘଟଣାର ପୃଷ୍ଠଭୂମି ହେଉଛି ଭାରତ। ଅନେକ ମାନବ ନିର୍ମିତ ଏବଂ ପ୍ରାକୃତିକ ଚମତ୍କାର ଏଠାରେ ଦେଖିବାକୁ ମିଳିଥାଏ । କିନ୍ତୁ ଏପରି ମଧ୍ୟ କିଛି ସ୍ଥାନ ରହିଛି ଯାହା ଚତ୍ମକାରୀ ହେବା ସହ କରାଇଥାଏ ଭୟଭିତ। ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ସେଭଳି କିଛି ଅବିଶ୍ବସନୀୟ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ସାମ୍ନାରେ ଫେଲ ମାରିଛି ବିଜ୍ଞାନ। ଆସନ୍ତୁ ଜାଣିବା ରହସ୍ଯମୟ ସ୍ଥାନ ..

floting stone

ଭାସୁଥିବା ପଥରର ରହସ୍ଯ

ହିନ୍ଦୁ ପୌରାଣିକ କଥା ଅନୁଯାୟୀ ରାବଣ ଠାରୁ ନିଜ ପତ୍ନୀଙ୍କୁ ବଞ୍ଚାଇବା ପାଇଁ ଭଗବାନ ରାମ ରାମେଶ୍ବରରେ ଭାସୁଥିବା ପୋଲର ନିର୍ମାଣ କରିଥିଲେ। ଯାହା ଶ୍ରୀଲଙ୍କା ପର୍ଯ୍ଯନ୍ତ ଯାଇଥିଲା। ଏହି ବ୍ରିଜକୁ ସେତୁ ବା ଏଡ଼ମ ବ୍ରିଜ୍ ଭାବେ ଜଣାଯାଏ। ତେବେ ଏହି କ୍ଷେତ୍ରରେ ମିଳିଥିବା କିଛି ପଥର ଓଜନିଆ ହୋଇଥିବା ସତ୍ତ୍ବେ ପାଣିରେ ଭାସିଥାଏ। ଏହି ଭାସୁଥିବା ପଥର ପଛର ରହସ୍ଯ ଜାଣିବା ପାଇଁ ବହୁକାଳରୁ ବୈଜ୍ଞାନିକ ଅଧ୍ୟୟନ କରୁଛନ୍ତି କିନ୍ତୁ ଏହାର ପଛର କାରଣ ପାଇପାରିନାହାନ୍ତି।

piller

ଝୁଲୁଥିବା ସ୍ତମ୍ଭର ରହସ୍ଯ

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଅବସ୍ଥିତ ଥିବା ଏକ ଛୋଟ ଗାଁ ଲେପାକ୍ଷୀ। ଏଠାରେ ଅବସ୍ଥିତ ମନ୍ଦିର ସାରା ଭାରତରେ ଲେପାକ୍ଷୀ ମନ୍ଦିର ନାମରେ ପ୍ରସିଦ୍ଧ। ଏହା ନିଜର ନିଆରା କଳାତ୍ମକ ପ୍ରଦର୍ଶନ ପାଇଁ ବେଶ୍ ଜଣାଶୁଣା। ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ। ଏହି ମନ୍ଦିର ୭୦ଟି ସ୍ତମ୍ଭ ଉପରେ ଠିଆ ହୋଇ ରହିଛି। ଯାହା ମଧ୍ୟରୁ ଗୋଟିଏ ସ୍ତମ୍ଭ ମାଟିକୁ ନ ଛୁଇଁ, ସର୍ବଦା ଝୁଲନ୍ତା ଅବସ୍ଥାରେ ରହିଥାଏ। ଏହି ଗୋଟିଏ ଝୁଲି ରହିଥିବା ସ୍ତମ୍ଭ ଯୋଗୁ ଏହାକୁ ଝୁଲନ୍ତା ସ୍ତମ୍ଭର ମନ୍ଦିର କୁହାଯାଉଛି।ଶ୍ରଦ୍ଧାଳୁମାନଙ୍କ କହିବା ଅନୁଯାୟୀ ଏହି ସ୍ତମ୍ଭ ତଳେ କପଡ଼ା ବିଛାଇ ପୁଣି କାଢ଼ି ଆଣିବା ଫଳରେ ସୁଖ ସମୃଦ୍ଧି ବଢ଼ିଥାଏ।

stone

ମହାବଲୀ ବିଲିଂ ଚଟ୍ଟାଣ

ଲୋକଙ୍କ ଅନୁଯାୟୀ ଏହି ପଥର କଷ୍ଣଙ୍କର ମଠିଆ ଥିଲା ଯାହା ପରେ ପଥରରେ ପରିବର୍ତ୍ତନ ହୋଇଯାଇଥିଲା। ତାମିଲନାଡ଼ୁର ମହାବଲୀପୁରମରେ ଦେଖିବାକୁ ମିଳେ ଏକ ବିଶାଳ ପଥର ଯାହା ଏକ ସମତଳ ଉପରେ ରହିଛି ଯାହାକୁ ଦେଖି ଆଶ୍ଚର୍ଯ୍ଯ ହୋଇଥାନ୍ତି ଲୋକ। ଦେଖିବାରେ ଏହି ୨୦ ଫୁଟର ପଥର ଗଳିବା ଭଲି ନଜର ଆସିଥାଏ। କିନ୍ତୁ ବହୁ ପୁରାତନ କାଳରୁ ଏହା ଏଠାରେ ରହିଛି। ଆଜି ପର୍ଯ୍ଯନ୍ତ ଏହି କଣରେ କିପରି ପଥରଟି ସ୍ଥିର ହୋଇରହିଛି ତାହା ପଛର କାରଣ ଜାଣିପାରି ନାହାନ୍ତି।

twin

ଜାଆଁଳା ସନ୍ତାନଙ୍କ ଗ୍ରାମ

ଜାଆଁଳା ଶିଶୁ ଜନ୍ମରେ ଭାରତ ପଛରେ ଥିଲେ ହେଁ ଦେଶର କେରଳର କୋଡ଼ନି ଗ୍ରାମ ଏହାକୁ ଭୁଲ ପ୍ରମାଣିତ କରିଛି। ଏହା ଭାରତର ଏପରି ଏକ ସ୍ଥାନ ଯେଉଁଠାରେ ସମସ୍ତ ପରିବାରରେ ଜନ୍ମ ହୋଇଥାନ୍ତି ଜାଆଁଳା ସନ୍ତାନ। ଏପରିକି ଗ୍ରାମରେ ଜାଆଁଳା ସନ୍ତାନଙ୍କର ୨୦୦ଟି ଯୋଡ଼ି ରହିଛି। ଡ଼ାକ୍ତରୀ ବିଜ୍ଞାନ ଅନୁଯାୟୀ ଏହି ଅଞ୍ଚଳର ପାଣିରେ ଏପରି କିଛି ରହିଛି ଯାହା ଫଳରେ ଏହା ଘଟିଥାଏ। କିନ୍ତୁ ଏହା ପଛରେ ରହିଥିବା ବାସ୍ତବିକ ରହସ୍ଯ ଆଜି ପର୍ଯ୍ଯନ୍ତ କେହି ମଧ୍ୟ ଜାଣିପାରି ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.